କ୍ୟାଟ୍ରିନାଙ୍କ ଠଗସ ଅଫ ହିନ୍ଦୁସ୍ତାନ ଲୁକ ଭାଇରାଲ : ନଜର ଆସିଲେ ମନମୋହକ ଅନ୍ଦାଜରେ

34

ଚର୍ଚ୍ଚାରେ ବଲିଉଡ ସୁନ୍ଦରୀ କ୍ୟାଟ୍ରିନା କୈଫ । ଆଗାମି ଫିଲ୍ମ ଠଗସ ଅଫ ହିନ୍ଦୁସ୍ତାନର ସୁଟିଂରେ ବ୍ୟସ୍ତ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଫିଲ୍ମରେ ଅଭିନେତ୍ରୀ କ୍ୟାଟ୍ରିନାଙ୍କ ବେଶ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିବ । ଏକଥା ମୁଁ କହୁନି । ସୁଟିଂ ସେଟରୁ ଲିକ ହୋଇଥିବା କ୍ୟାଟ୍ରିନାଙ୍କ କିଛି ଫଟୋଗ୍ରାଫ୍ସ ହିଁ ବୟାନ କରୁଛି ଯେ, ଏହି ଅପକମିଂ ସିନେମାରେ କେତେ ଗର୍ଜିଅସ ନଜର ଆସିବେ କ୍ୟାଟ୍ରିନା ।

ନିଜ ଆଗାମୀ ଫିଲ୍ମ ଠଗ୍ସ ଅଫ ହିନ୍ଦୁସ୍ତାନରେ କ୍ୟାଟ୍ରିନାଙ୍କ ଲୁକ୍ସକୁ ନେଇ ବି-ଟାଉନରେ ଜବରଦସ୍ତ ଚର୍ଚ୍ଚା ହେବାରେ ଲାଗିଛି । ପୂର୍ବରୁ ଫିଲ୍ମର ସୁଟିଂ ସେଟରୁ ଅନେକ ଫଟୋ ଲିକ ହୋଇଛି । ଯେଉଁଥିରେ କ୍ୟାଟ୍ରିନାଙ୍କ ମନ ମୋହୁଥିବା ଅନ୍ଦାଜ ଦେଖିବାକୁ ମିଳିଛି । ଡ୍ୟାନ୍ସର କଷ୍ଟ୍ୟୁମ ସହ ଡ୍ୟାନ୍ସ ସିକ୍ୱେନ୍ସ ପାଇଁ ସୁଟ କରିବାରେ ନଜର ଆସିଥିଲେ କ୍ୟାଟ୍ରିନା । ଯାହା ପ୍ରଶଂସକଙ୍କ ଫିଲ୍ମ ଠଗସ ଅଫ ହିନ୍ଦୁସ୍ତାନ ପାଇଁ ବ୍ୟାକୁଳତା ବଢାଇଦେଇଥିଲା ।

କ୍ୟାଟ୍ରିନାଙ୍କ ଏହି ଲୁକ ସହ ଆମିର ଖାନ ଓ ଅଭିନେତ୍ରୀ ଫାତିମା ସନା ଶେଖଙ୍କ ଡ୍ୟାନ୍ସ ସିକ୍ୱେନ୍ସର କିଛି ଫଟୋ ବି ହୋଇଥିଲା ଭାଇରାଲ । ହେଲେ ଏବେ ସୁଟିଂ ସେଟରୁ ଲିକ ହୋଇଛି କାଟ୍ରିନାଙ୍କ ଆଉ କିଛି ଫଟୋଗ୍ରାଫ୍ସ । ଯେଉଁଥିରେ ହାଫ ବ୍ରାଇଡାଲ କଷ୍ଟ୍ୟୁମରେ ନଜର ଆସିଛନ୍ତି କ୍ୟାଟ । ଓଜନିଆ ଏମ୍ବ୍ରୋଡରି କୁର୍ତା ସହ ମଥାରେ ସିଂଥି, କୁନ୍ଦନର ହାର ଆଉ ହାତରେ ଚୁଡା । ଆଉ ଏହା ସହ ଟ୍ରାକ ପ୍ୟାଣ୍ଟ ଓ ଚପଲ । ଏମିତି ଏକ ଭିନ୍ନ କଷ୍ଟ୍ୟୁମରେ କ୍ୟାଟଙ୍କୁ ଦେଖିବାକୁ ମିଳିଛି ସୁଟିଂ ସେଟରେ । ତେବେ କଣ ଏହି ଲୁକ ସହ ପରଦାରେ ବି ନଜର ଆସିବେ କ୍ୟାଟ୍ରିନା । ସେ କଥା ତ ସମୟ କହିବ ।
ଫିଲ୍ମରେ ବିଗ ବି ଅମିତାଭ ବଚ୍ଚନ ବି ଏକ ପ୍ରମୁଖ ରୋଲରେ ନଜର ଆସିବେ । ଏବେ କେବଳ ଅପେକ୍ଷା ରହିଲା କେବେ ଆସିବ ପରଦାକୁ ଠଗସ ଅଫ ହିନ୍ଦୁସ୍ତାନ।