୩୪ବର୍ଷରେ କ୍ୟାଟ୍ରିନା ! କେବେ ଫ୍ଲପ୍ ସିନେମାରୁ ଅଭିନୟ ଆରମ୍ଭ କରିଥିବା ନାୟିକା ଆଜି ତିନି ଖାନଙ୍କ ପସନ୍ଦ . .

36

୩୪ ବର୍ଷରେ ପାଦ ରଖିଛନ୍ତି କ୍ୟାଟ୍ରିନା କେଫ୍ । ୧୬ ଜୁଲାଇ ୧୯୮୩ରେ ହଙ୍ଗ କଙ୍ଗରେ ଜନ୍ମ ଗ୍ରହଣ କରିଥିaû କ୍ୟାଟ୍ରିନା ବଲିଉଡରେ କ୍ୟାଟ୍ ନାଁରେ ଲୋକପ୍ରିୟ । ଏକ ଫ୍ଲପ୍ ସିନେମାରୁ କ୍ୟାରିୟର୍ ଆରମ୍ଭ କରିଥିବା କ୍ୟାଟ୍ରିନା ଆଜି ବଲିଉଡର ଜଣେ ଆଗଧାଡିର ନାୟିକା । ସିନେମା ଦୁନିଆରେ ରାଜ୍ କରୁଥିବା ତିନି ଖାନଙ୍କର ମଧ୍ୟ ପସନ୍ଦର ନାୟିକା ପାଲଟିଯାଇଛନ୍ତି କ୍ୟାଟ୍ । ଏବେ ନଜର ପକାନ୍ତୁ ରିୟଲରୁ ରିଲ୍ ଯାଏଁ କ୍ୟାଟଙ୍କ ଜୀବନ ଯାତ୍ରା ଉପରେ ।

ନିଜ ସାତ ଭାଇ ଭଉଣୀଙ୍କ ମଧ୍ୟରେ କ୍ୟାଟ୍ ହେଉଛନ୍ତି ଚତୁର୍ଥ । ଲଣ୍ଡନରେ ମଡେଲିଂ କରିବା ସମୟରେ ନିର୍ଦେଶକ କେଜାଦ୍ ଗୁସ୍ତାଦଙ୍କ ନଜର ତାଙ୍କ ଉପରେ ପଡିଥିଲା । ଯେତେବେଳେ ସେ କ୍ୟାଟଙ୍କୁ ନିଜ ସିନେମାରେ ଅଭିନୟ ପାଇଁ ଅଫର୍ ଦେଇଥିଲେ ସେତେବେଳେ କ୍ୟାଟ୍ରିନା ତୁରନ୍ତ ରାଜି ହୋଇଯାଇଥିଲେ ।

କେଜାଦଙ୍କ ବି-ଗ୍ରେଡ୍ ସିନେମା ‘ବୁମ୍’ ଜରିଆରେ ବଲିଉଡରେ ପାଦ ରଖିଥିଲେ କ୍ୟାଟ୍ରିନା । ତେବେ ଅମିତାଭଙ୍କ ଭଳି ବଡ ଷ୍ଟାର୍ ଥାଇ ମଧ୍ୟ ସୁପରଫ୍ଲପ୍ ହୋଇଥିଲା ସିନେମାଟି । ଏହା ପରେ କ୍ୟାଟ୍ରିନାଙ୍କୁ ସିନେମା ତ ଆଉ ମିଳି ନଥିଲା କିନ୍ତୁ ଅନେକ ଗୁଡିଏ ଟିଭି ଆଡ୍ ପାଇଁ ଅଫର୍ ମିଳିଥିଲା । ତାପରେ ତାଙ୍କୁ କିଙ୍ଗଫିସର୍ କ୍ୟାଲେଣ୍ଡର୍ ଏବଂ ପରେ ଏକ ତେଲୁଗୁ ସିନେମା ମଲେଶ୍ୱରୀରେ ଅଭିନୟ ପାଇଁ ସୁଯୋଗ ମିଳିଥିଲା । ସିନେମାଟି ସୁପରହିଟ୍ ସାବସ୍ତ୍ୟ ହୋଇଥିଲା । ଏହି ସିନେମା ପରେ ବଲିଉଡ୍ ନିର୍ଦ୍ଦେଶକଙ୍କ ଭରସା କ୍ୟାଟଙ୍କ ଉପରେ ଆସିଯାଇଥିଲା । ଯାହାର ଫଳ ସ୍ୱରୂପ ରାମ୍ ଗୋପାଳ ବର୍ମା ସିନେମା ‘ସରକାର’ ପାଇଁ ତାଙ୍କୁ ଅଫର୍ ଦେଇଥିଲେ ।

‘ବୁମ୍’ ପରେ ପ୍ରଖ୍ୟାତ୍‌ ନିର୍ମାତା ନିର୍ଦ୍ଦେଶକ ମହେଶ ଭଟ୍ଟ ତାଙ୍କୁ ‘ସାୟା’ ସିନେମାରେ ଲିଡ଼୍‍ ରୋଲ୍‌ ପାଇଁ ଅଫର୍‌ ଦେଇଥିଲେ, ଯାହାକୁ କାଟ୍ରିନା ସ୍ୱୀକାର କରିଥିଲେ । ହେଲେ ସୁଟିଂ ଆରମ୍ଭ ହେବାପୂର୍ବରୁ କାଟ୍‌ଙ୍କୁ ଆଉଟ୍‌ କରିଥିଲେ ମହେଶ ଭଟ୍ଟ ଏବଂ ତାଙ୍କ ସ୍ଥାନରେ ତାରା ଶର୍ମାଙ୍କୁ ନେଇଥିଲେ । ହିନ୍ଦୀ ଜାଣିନଥିବା ଯୋଗୁଁ ଫିଲ୍ମରୁ ଆଉଟ୍‌ ହୋଇଥିଲେ କାଟ୍ରିନା । ତେବେ ମହେଶ ଭଟ୍ଟଙ୍କ ଭଳି ଜଣେ ନାମୀ ଦାମୀ ନିର୍ମାତା-ନିର୍ଦ୍ଦେଶକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେବାର ଅପମାନକୁ କାଟ୍ରିନା ଭଲ ଭାବେ ଗ୍ରହଣ କରିନେଇଥିଲେ । ଏହାପରେ ସେ ହିନ୍ଦୀ ଶିଖିବା ଲାଗି ହିନ୍ଦୀ କ୍ଲାସ୍‌ରେ ଯୋଗ ଦେଇଥିଲେ ଏବଂ ସମୟକ୍ରମେ ହିନ୍ଦୀ କହିବାରେ ଅଭ୍ୟସ୍ତ ମଧ୍ୟ ହୋଇଗଲେ।

ତେବେ ସରକାର୍ ସିନେମା ପରେ ସଲମାନଙ୍କ ନଜର କ୍ୟାଟ୍ରିନାଙ୍କ ଉପରେ ପଡିଥିଲା । ସଲମାନ୍ ସେତେବେଳେ ଡେଭିଡ୍ ଧୱନଙ୍କ ସିନେମା ‘ମୈନେ ପ୍ୟାର୍ କ୍ୟୁଁ କିୟା’ରେ ଅଭିନୟ କରୁଥିଲେ । ଆଉ ଏହି ସିନେମା ପାଇଁ ତାଙ୍କୁ ଏକ ନୂଆ ଚେହେରାର ଆବଶ୍ୟକତା ଥିଲା । ଏଥିରେ କ୍ୟାଟ୍ ଲିଡ୍ ହିରୋଇନ୍ ଯଦିଓ ନଥିଲେ ତେବେ ଲିଡ୍ ଠାରୁ କମ୍ ନଥିଲେ । ସିନେମାଟି ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା । ଆଉ ତାପରେ କ୍ୟାଟ୍ରିନା ଆଉ ପଛକୁ ଫେରି ଚାହିଁ ନାହାଁନ୍ତି ।

ଧୀରେ ଧୀରେ ନା କେବଳ ବଲିଉଡରେ ଦର୍ଶକଙ୍କ ହୃଦୟରେ ମଧ୍ୟ ରାଜ୍ କରିବାକୁ ଲାଗିଲେ କ୍ୟାଟ୍ । ଏବେ ସବୁ ବଡ ନିର୍ମାତା ନିର୍ଦ୍ଦେଶକ କ୍ୟାଟ୍ରିନାଙ୍କୁ ନିଜ ସିନେମାରେ ନେବାକୁ ଆଗ୍ରହୀ । ଏଯାଏଁ ପ୍ରାୟ ୨୫ରୁ ଅଧିକ ସିନେମାରେ କାମ କରିସାରିଲେଣି କ୍ୟାଟ୍ରିନା । ଏବେ ବି ସିନେମା ଦୁନିଆରେ କ୍ୟାଟଙ୍କ ଦବଦବା ରହିଛି । ଯଦି କ୍ୟାଟଙ୍କ ବଲିଉଡ୍ କ୍ୟାରିୟରକୁ ନଜର ପକାଇବା ତେବେ ଯେତିକି ସିନେମା ପାଇଁ ସେ ନା କମେଇଛନ୍ତି ବିବାଦରେ ମଧ୍ୟ କାହାଠାରୁ ପଛରେ ନାହାଁନ୍ତି ।