ଗୁଡବାୟ ରଣବୀର : ସଂପର୍କରେ ଫୁଲଷ୍ଟପ୍ ପକାଇଲେ କ୍ୟାଟ୍

117

2ବଲିଉଡର ଦୁଇ ପ୍ରେମୀଯୋଡି କାଟ୍ରିନା ଓ ରଣବୀରଙ୍କୁ ନେଇ ସବୁବେଳେ ଚର୍ଚ୍ଚା । ଅନେକ ଦିନ ଧରି ଏକାଠି ରହୁଥିଲେ ବି ,ଏହି ପ୍ରେମୀଯୋଡି କେବେ ଖୋଲାଖୋଲି ସେୟାର କରିନାହାଁନ୍ତି ସେମାନଙ୍କ ଲଭରିଲେସନକୁ । ହେଲେ ଏବେ ଏକ ଖବର ଫ୍ୟାନ ମାନଙ୍କୁ ଚକିତ କରିଛି । କାଟ୍ରିନା ରଣବୀରଙ୍କୁ ଶେଷରେ ଗୁଡବାୟ ଜଣାଇ ସେମାନଙ୍କ ପ୍ରେମରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଫ୍ୟାନମାନଙ୍କୁ ଏ କଥା ବିଶ୍ୱାସ ନହେଲେ ବି ସତ । ମିରର ନ୍ୟୁଜର ତଥ୍ୟ ଅନୁସାରେ ଏ ଖବର ଏବେ ଭାଇରାଲ ସାଜିଛି ।

imgranbir-kapoor-katrina-kaif୫ ବର୍ଷର ମଧୁର ସଂପର୍କ । ଅନେକ ପ୍ରୀତି , ପ୍ରତିଶୃତି ଓ ପ୍ରତୀକ୍ଷା । ଶେଷରେ ଦୁହିଁଙ୍କ ପଥ ଅଲଗା ଓ ମତ ଅଲଗା ହୋଇଯାଇଛି । କ୍ୟାଟ୍–ରଣବୀରଙ୍କ ମଧ୍ୟରେ ଚାଲିଥିଲା ଅନେକ ଦିନର ଚୋରୀ ଚୋରୀ ଚୁପକେ ଚୁପକେ । ରହୁଥିଲେ ଲିଭ-ଇନ୍–ରିଲେସନଶିପରେ । ହେଲେ କ୍ୟାଟଙ୍କର ଏହି ଗୁଡବାୟରେ ସବୁ ଶେଷ ହୋଇଯାଇଛି ।

1137ରଣବୀର କାଟ୍ରିନାଙ୍କ ସହ ରହୁଥିବା କାର୍ଟର ରୋଡରେ ଥିବା ଲଭ ପ୍ୟାଡକୁ ଛାଡି ନିଜ ପୈତୃକ ଘର କ୍ରିଷ୍ଣାରାଜକୁ ଚାଲିଯାଇଛନ୍ତି । କିନ୍ତୁ ଘରର ଲିଜ୍ ତାରିଖ ସରିବା ଯାଏ କାଟ୍ରିନା ସେହି ବଙ୍ଗଳାରେ ରହିବାକୁ ସ୍ଥିର କରିଛନ୍ତି । ଏବେ କିଛିଦିନ ପାଇଁ ରଣବୀରଙ୍କ ସହ ରହୁଥିବା ସେହି ଲଭ ପ୍ୟାଡ ଘରୁ ବାହାରିଯାଇଛନ୍ତି । ବାନ୍ଦ୍ରାର ମାକ୍ସିମା ସିଟିରେ ଥିବା ନିକ ପୁରୁଣା ବିଲିଡିଂରେ ରହୁଛନ୍ତି ।

ଏମିତି ଏକ ଦୁଃଖଦ ବିଚ୍ଛେଦ ପରେ ବି ଏହି ଦୁଇ ବ୍ରେକଅପ ପ୍ରେମୀଯୋଡି ଅନୁରାଗ ବସୁଙ୍କ ଆଗାମୀ ଫିଲ୍ମ ଜଗା ଜାସୁସ୍ ସୁଟିଂରେ ବ୍ୟସ୍ତ ଅଛନ୍ତି । ଯାହାକି ଆସନ୍ତା ବର୍ଷ ରିଲିଜ ହେବ ।