ଓଡିଶାରେ ନିଆଁ ଜଳିବା ପରେ ନଇଁଲେ ନ୍ୟାୟମୂର୍ତି : ଫେସବୁକରେ କରିଥିଲେ ଅପମାନ

34

କନକ ବ୍ୟୁରୋ : ନ୍ୟାୟମୂର୍ତିଙ୍କ ବିରୋଧରେ ନିଆଁ । କାଠଗଡାରେ ବିଚାରପତି । କ୍ଷମା ମାଗନ୍ତୁ ମାର୍କଣ୍ଡେୟ । ଭୂଲକୁ ସ୍ୱିକାର କରନ୍ତୁ କାଟଜୁ । ନାରାବାଜି ସ୍ଲୋଗାନ । ପୁରୀରୁ ଭୁବନେଶ୍ୱର । ସହର ସହରରେ ଜଳିଲା ବିକ୍ଷୋଭର ନିଆଁ ।

ସମ୍ରାଟ ଅଶୋକଙ୍କ ପାଖରେ ଓଡିଶା ଆତ୍ମସମର୍ପଣ କରିନଥିଲା । ବରଂ ଓଡିଆଙ୍କ ଆତ୍ମବିଶ୍ୱାସ ଦେଖି ଅଶୋକଙ୍କ ମନ ପରିବର୍ତନ ହୋଇଯାଇଥିଲା । ତେବେ ଇତିିହାସକୁ ନଜାଣି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି କେମିତି ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦେଇପାରିଲେ । ଏ ପ୍ରଶ୍ନ ଥିଲା ସମସ୍ତଙ୍କ ମୁହଁରେ ।

ଅପମାନର ନିଆଁରେ ଓଡିଶାକୁ ଜାଳି କାଟଜୁ କିନ୍ତୁ ଦିଲ୍ଲୀରେ ବସିଥିଲେ ଚୁପଚାପ । ଏପରିକି ନିଜ ଆପତିଜନକ ମନ୍ତବ୍ୟକୁ ନେଇ ମଧ୍ୟ ପଶ୍ଚାତାପ କରିନଥିଲୋ ଚୋର ମୁହଁ ଟାଣ ଭଳି , କାଟଜୁ କହିଥିଲେ ଓଡିଆଙ୍କ ପାଖରେ ନାହିଁ ସେନସ ଅଫ ହ୍ୟୁମର

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାର କିଛି ସମୟ ପରେ କାଟଜୁ ପୁଣି ଫେସବୁକରେ ନିଜ ମନ୍ତବ୍ୟ ପୋଷ୍ଟ କରିିଥିଲେ । କହିଥିଲେ ମୁଁ ଏମିତି ଲେଖି ଲେଖି ସାରା ଦେଶକୁ ଶିଖାଇବି ସେନସ ଅଫ ହ୍ୟୁମର । ଅପମାନ କଲେ । ବିରୋଧ ହେବାରୁ କ୍ଷମା ମାଗିଲେ । ହୁଏତ ଏହା ବିଚାରପତିଙ୍କ ପୁରୁଣା ଅଭ୍ୟାସ । କିନ୍ତୁ ଅପମାନିତ ହୋଇ ଓଡିଶାବାସୀ କ୍ଷମା ଦେଇ ପାରିବେ ତ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –