ସୁପ୍ରିମକୋର୍ଟରେ କାଠୁଆ ଦୁଷ୍କର୍ମ ମାମଲା : କେସ୍ ସ୍ଥାନାନ୍ତର ପାଇଁ ପୀଡିତାଙ୍କ ପରିବାରର ଆବେଦନ, ଜମ୍ମୁ-କାଶ୍ମୀର ସିଜେଏମ କୋର୍ଟରେ ହାଜର ହେଲେ ୮ଅଭିଯୁକ୍ତ

125

କନକ ବ୍ୟୁରୋ : ସାରାଦେଶକୁ କାଠଗଡାରେ ଠିଆ କରିଛି କାଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲା । ଏହି ମାମଲାର ପ୍ରଥମ ଶୁଣାଣି ଆଜି କାଠୁଆର ସିଜେଏମ୍ କୋର୍ଟରେ ହୋଇଛି । ଏହି ମାମଲାରେ ୮ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି । ଆସନ୍ତା ୨୮ରେ ପରବର୍ତ୍ତୀ ଶୁଣାଣି ହେବ । ତେବେ ଏହି ଶୁଣାଣି ପୂର୍ବରୁ ପୀଡିତାଙ୍କ ଓକିଲ ଦୀପିକା ସିଂ ରାଜାବତ ଆଣିଛନ୍ତି ସାଂଘାତିକ ଅଭିଯୋଗ । ତାଙ୍କୁ ବଳାତ୍କାର ଓ ହତ୍ୟା ଧମକ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ସୁପ୍ରିମକୋର୍ଟରେ ପହଚିିଂଛି କାଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ।

ଜମ୍ମୁକଶ୍ମୀରୁ ବାହାରେ ମାମଲାର ବିଚାର ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ପୀଡିତାଙ୍କ ପରିବାର । ରାଜ୍ୟ ବାହାରେ ମାମଲାର ଶୁଣାଣି କରିବାକୁ ପୀଡିତାଙ୍କ ପରିବାର ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି । ଅପରାହ୍ନ ୨ଟାରେ ସୁପ୍ରିମକୋର୍ଟରେ ଆବେଦନ ଉପରେ ଶୁଣାଣି ହେବ । ଅନ୍ୟପଟେ ଦେଶରେ ମହିଳାଙ୍କ ପ୍ରତି ଅତ୍ୟାଚାର ବଢ଼ିଚାଲିଥିବା ଅଭିଯୋଗରେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତି ମାଲିୱାଲ ଅନଶନ କରିଛନ୍ତି । ସରକାର ମହିଳାଙ୍କ ସୁରକ୍ଷା ନିଶ୍ଚିତ କରନ୍ତୁ ବୋଲି ସେ ଦାବି କରିଛନ୍ତି ।