କାଠଯୋଡ଼ି ଷ୍ଟେସନରେ ରେଳ ଦୁର୍ଘଟଣାର ହେବ ତଦନ୍ତ : ସୁରକ୍ଷା କମିଶନରଙ୍କ ତତ୍ୱାବଧାନରେ ହେବ ଛାନଭିନ

24

କଟକ ବ୍ୟୁରୋ, କନକ ନ୍ୟୁଜ୍ : କାଠଯୋଡି ଷ୍ଟେସନରେ ରେଳ ଦୁର୍ଘଟଣାର ଆସନ୍ତା ୩ ତାରିଖରୁ ହେବ ତଦନ୍ତ । ଏହି ତଦନ୍ତ କରିବେ ଦକ୍ଷିଣ-ପୂର୍ବ ସର୍କଲର ରେଲବାଇ ସୁରକ୍ଷା କମିଶନର । ଦିନ ୧୦ଟାରେ ସେ ଘଟଣାସ୍ଥଳରେ ତଦନ୍ତ କରିବା ପରେ ଇଷ୍ଟକୋଷ୍ଟ ମୁଖ୍ୟ କାର୍ଯ୍ୟାଳୟରେ ଅପରାହ୍ନରେ ବିଭିନ୍ନ କର୍ମଚାରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିବେ ।

ଏହି ସମୟରେ ସାଧାରଣ ଲୋକେ ମଧ୍ୟ ଦୁର୍ଘଟଣା ନେଇ ତଥ୍ୟ ପ୍ରମାଣ ତଦନ୍ତ କମିଶନଙ୍କୁ ଦେଇପାରିବେ। ଏପରିକି ସେମାନେ କୋଲକାତା କାର୍ଯ୍ୟାଳୟକୁ ମଧ୍ୟ ଲିଖିତ ଭାବେ ଜଣାଇପାରିବେ ବୋଲି ରେଲବାଇ ପକ୍ଷରୁ କୁହାଯାଇଛି ।

ଗୁରୁବାର ସଂଧ୍ୟା ପ୍ରାୟ ସାଢେ ୬ଟା ବେଳେ କାଠଯୋଡି ଷ୍ଟେସନରେ ଠିଆ ହୋଇଥିବା ମାଲବାହୀ ଟ୍ରେନକୁ ପଛପଟୁ ଧକ୍କା ଦେଇଥିଲା ଭୁବନେଶ୍ୱର- ଭଦ୍ରକ ଡିଏମୟୁ। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣା ପରେ ୪ ଜଣ କର୍ମଚାରୀଙ୍କୁ କାର୍ଯ୍ୟରେ ଅବହେଳା ଦର୍ଶାଇ ନିଲମ୍ବିତ କରିଥିଲା ରେଳବାଇ ।