କାଶ୍ମୀର ପାଇଁ ମୋଦିଙ୍କ ମିଶନ୍ ‘ସେଓ’ । ସେଓ ଚାଷୀଙ୍କ ପାଇଁ ଆସୁଛି ୮ହଜାର କୋଟିର ଯୋଜନା ।

ଜମ୍ମୁ-କାଶ୍ମୀରର ହେବ ବିକାଶ ।

681

ଜମ୍ମୁ-କାଶ୍ମୀରର ହେବ ବିକାଶ । ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରର ବିକାଶ ପାଇଁ ଯୋଜନା କରୁଛନ୍ତି ମୋଦି ସରକାର । କାଶ୍ମୀରରେ ସେଓ ଚାଷକୁ ବଢାଇବା ପାଇଁ କେନ୍ଦ୍ରସରକାରଙ୍କ ପକ୍ଷରୁ ଯୋଜନା କରାଯାଉଛି । ଯାହା ଦ୍ୱାରା କାଶ୍ମୀରର ବିକାଶ ହେବା ସହ ସେଠାରେ ସେଓ ଚାଷ କରି ନିଜର ଗୁଜୁରାଣ ମେଣ୍ଟାଉଥିବା ଚାଷୀ ମଧ୍ୟ ବେଶ ଲାଭବାନ ହୋଇପାରିବେ ।
ସାରା ଦେଶରେ କାଶ୍ମୀର ସେଓର ଚାହିଦା ବେଶ ଅଧିକ ରହିଛି । ତେଣୁ କାଶ୍ମୀରରେ ସେଓ ଚାଷ କରୁଥିବା ଚାଷୀଙ୍କୁ ସିଧା ଲାଭ ପହଞ୍ଚାଇବା ପାଇଁ ମୋଦି ସରକାର ୮ହଜାର କୋଟିର ଏକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ପ୍ରାୟ ୧୨ ଲକ୍ଷ ମ୍ୟାଟ୍ରିକ ଟନ୍ ସେଓ ସିଧାସଳଖ କୃଷକଙ୍କ ଠାରୁ କିଣାଯିବ ଏବଂ ବାହାରକୁ ରପ୍ତାନୀ କରାଯିବ । ଆଉ ଏଥିରୁ ସିଧାସଳଖ ଭାବେ ଚାଷୀ ଲାଭ ପାଇପାରିବେ ।
ମୋଦିଙ୍କ ଏହି ଯୋଜନା ମାଧ୍ୟମରେ ସେଓ ଚାଷୀମାନେ ବେଶ ଉପକୃତ ହେବେ । ସେଓ ଚାଷୀଙ୍କ ଆମଦାନି ବଢିବ ଏବଂ ସେଓ ବିକି ଚାଷୀ ବେଶ ଦୁଇ ପଇସା ପାଇ ଲାଭବାନ ହୋଇପାରିବେ ।
ତେବେ ଆରମ୍ଭରୁ ଚାଷୀଙ୍କ ଠାରୁ ସେପ୍ଟେମ୍ବର ୧ତାରିଖରୁ ମାର୍ଚ୍ଚ ୧ ତାରିଖ ୨୦୨୦ ଯାଏଁ ସେଓ କିଣାଯିବ । ଏହି ୬ ମାସ ମଧ୍ୟରେ ପ୍ରାୟ ୮ହଜାର କୋଟି ଟଙ୍କାର ବଜେଟ ତିଆରି କରାଯାଇଛି ।