କଶ୍ମୀର ଘାଟିରେ ଆତଙ୍କବାଦକୁ ବଡ ଝଟକା ! ଏନକାଉନଟରରେ ଟପ୍ ହିଜବୁଲ କମାଣ୍ଡର ସମେତ ୧୨ ଆତଙ୍କବାଦୀ ନିପାତ

25

କନକ ବ୍ୟୁରୋ: କଶ୍ମୀର ଘାଟିରେ ଆତଙ୍କବାଦ ଉପରେ ସେନାର ଶକ୍ତ ପ୍ରହାର । ବୁରହାନ ବାନି ପରେ ହିଜବୁଲ ମୁଜାହିଦ୍ଧିନର ମୋଷ୍ଟ ୱାଟେଂଡ ଆତଙ୍କବାଦୀ ସବଜାର ଭଟ୍ଟ ଓ ସାଥୀ ଫୈଜାନ ଅହମଦକୁ ନିହତ କରିଛି ଭାରତୀୟ ସେନା । ତ୍ରାଲର ସୋଇମୋହ ଗାଁରେ ହୋଇଥିବା ଏହି ଏନକାଉନଟରରେ ୨ ଆତଙ୍କବାଦୀ ସମେତ ଜଣେ ସାଧାରଣ ନାଗରିକର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେନାର ପାଟ୍ରୋଲିଙ୍ଗ ଟିମ ଉପରେ ଆକ୍ରମଣ କରି ସ୍ଥାନୀୟ ଅଂଚଳର ଏକ ଘରେ ଲୁଚି ରହିଥିବା ସବଜାର ଓ ସାଥୀକୁ ଏନକାଉଂଟର କରିଛି ସେନା ।

ଜଣେ ଆତଙ୍କବାଦୀ ଫେରାର ଥିବାରୁ ସର୍ଚ୍ଚ ଅପରେସନ ଚାଲିିଛି । ନିହତ ଆତଙ୍କବାଦୀ ବୁରହାନ ବାନୀର ଅନ୍ୟତମ ସାଥୀ ଭାବେ ଜଣାଯାଉଥିଲା ସବଜାର । ଅଧିକାଂଶ ସମୟରେ ବୁରହାନ ଓ ସବଜାରଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏନକାଉଂଟ ସମୟରେ ଗ୍ରାମବାସୀ ଓ ସେନା ମୁହାଁମୁହିଁ ହୋଇଛନ୍ତି । ଗାଁ ମଧ୍ୟକୁ ସେନାର ପ୍ରବେଶକୁ ରୋକିବାକୁ ସ୍ଥାନୀୟ ଲୋକେ ପଥରମାଡ କରିଥିଲେ । ପରିସ୍ଥିତିକୁ ଆଖିରେ ରଖି ଘାଟିରେ ଇଂଟରନେଟ ସେବା ବନ୍ଦ କରାଯାଇଛି ।