ଅନୁଚ୍ଛେଦ ୩୫-ଏ ର ଶୁଣାଣି ପୂର୍ବରୁ କାଶ୍ମୀରରେ ବଢୁଛି ଟେନସନ ! ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବା ପାଇଁ ଦିଆଗଲା ନିର୍ଦ୍ଦେଶ

ଅନୁଚ୍ଛେଦ ୩୫-ଏ ର ଶୁଣାଣି ପୂର୍ବରୁ କାଶ୍ମୀରରେ ବଢୁଛି ଟେନସନ

284

କନକ ବ୍ୟୁରୋ : ଜାମ୍ମୁର ପୁଲୱାମାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ଏହାକୁ ନେଇ ଅସନ୍ତୋଷ ଦେଖାଯାଇଛି । ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦ ଦ୍ୱାରା ହୋଇଥିବା ଏହି ଆକ୍ରମଣକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଦେଶାବାସୀଙ୍କ ମନରେ କ୍ରୋଧର ନିଆଁ ଜଳୁଛି । ତେବେ ଏହାରି ମଧ୍ୟରେ ପାକିସ୍ତାନକୁ ଉଚିତ ଜବାବ ଦିଆଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଅନୁଚ୍ଛେଦ ୩୫ ଏ ର ଶୁଣାଣି ପୂର୍ବରୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆସନ୍ତାକାଲି ସୁପ୍ରିମକୋର୍ଟରେ ଏନେଇ ଶୁଣାଣି ହେବ । ତେଣୁ ସରକାର ଏହା ପୂର୍ବରୁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । କାଶ୍ମୀରର କେତେକ ସ୍ଥାନରେ ୧୪୪ ଧାରା ମଧ୍ୟ ଲାଗୁ କରାଯାଇଥିବା ଜଣାପଡିଛି ।

କାଶ୍ମୀରକୁ ପାଖାପାଖି ୧୦ ହଜାର ସୈନ୍ୟ । ସୀମାରେ ଉତେଜନା ଦୃଷ୍ଟିରୁ ଉଭୟ ପଟୁ ସେନା ମୁତୟନ ବଢ଼ିବାରେ ଲାଗିଛି । ଭାରତ ପଟୁ କାର୍ଯ୍ୟାନୁଷ୍ଠାନ ଭୟରେ ପାକିସ୍ତାନ ଆତଙ୍କିତ ହୋଇପଡ଼ିଥିବା ବେଳେ ପାକ୍ ସେନାମୁଖ୍ୟ ଏଲଓସି ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି । ପାକ୍ ଅଧିକୃତ କାଶ୍ମୀରରେ ବିନା କାରଣରେ ଘରୁ ନ ବାହାରିବାକୁ କୁହାଯାଇଥିବା ବେଳେ ରାତିରେ ଆଲୁଅ ନ ଜାଳିବାକୁ ପରାମର୍ଶ ଦିଆଯାଇଛି । ଏଲଓସିକୁ ଭାରତ କୌଣସି ଭାରି ଯୁଦ୍ଧାସ୍ତ୍ର ପରିବହନ ପ୍ରକ୍ରିୟା ଆରମ୍ଭ କରିନଥିଲେ ବି ବିମାନ ଆକ୍ରମଣ କିମ୍ବା ସର୍ଜିକାଲ ଷ୍ଟ୍ରାଇକ୍ ଭୟରେ ପାକ୍ ସେନା ଗୋପନ ପ୍ରସ୍ତୁତି ଆରମ୍ଭ କରିଦେଇଛି ।

କେବଳ ଏତିକ ନୁହେଁ କେନ୍ଦ୍ରସରକାର ସ୍ଥାନୀୟ ପ୍ରଶାସନକୁ ନୀତ୍ୟ ବ୍ୟବହାର ଜିନିଷ ମହଜୁତ ରଖିବା ପାଇଁ କୁହାଯାଇଛି । କେବଳ ଏତିକି ନୁହେଁ ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଡାକିଛନ୍ତି । ତେବେ କାଶ୍ମୀରକୁ ନେଇ କୋର୍ଟ କି ରାୟ ଦେଉଛନ୍ତି ତାହା ଉପରେ ସାରା ଦେଶର ତାହା ଉପରେ ରହିଛି ନଜର ।