କାଶ୍ମୀର ବଡ ଗାଁରେ ଯବାନଙ୍କୁ ଗାଳିଗୁଲଜ କରିବା ଘଟଣା ! ନିର୍ଯାତନା କଥା ବଖାଣିଲେ ଓଡିଆ ଯବାନ

53

କନକ ବ୍ୟୁରୋ : ଗତ ୯ ତାରିଖରେ କାଶ୍ମୀର ବଡ ଗାଁରେ ଯବାନଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିଥିଲେ । ସେହି ସିଆରପିଏଫ ଯବାନଙ୍କ ମଧ୍ୟରେ ସମ୍ବଲପୁରର ବିକି ବିଶ୍ୱକର୍ମା ଥିବା ଜଣାପଡିଛି । ବଡ ଗାଁରେ ଉପ ନିର୍ବାଚନ ସରିବା ପରେ ଯବାନ ମାନେ ଫେରୁଥିବା ବେଳେ କିଛି ଅସାମାଜିକ ବ୍ୟକ୍ତି ଯବାନଙ୍କୁ ପଥର ମାଡ କରିଥିଲେ ।

ଏହାର ଏକ ଭିଡିଓ ଭାଇରାଲ ହୋଇଥିଲା । ଭିଡିଓ ଭାଇରାଲ ହେବା ପରେ ଯବାନଙ୍କ ମଧ୍ୟରୁ ଜଣେ ଓଡିଆ ଯବାନ ଥିବା ଜଣାପଡିଥିଲା । ନିର୍ଯାତନା ଅସହ୍ୟ ଥିଲେ ମଧ୍ୟ ଯବାନ ମାନେ ସେମାନଙ୍କ ସଂଜମତା ହରାଇନଥିଲେ । ପାଖରେ ଅସ୍ତ୍ରଶସ୍ତ୍ର ଥିଲେ ବି ଶାନ୍ତ ରହି ସ୍ଥିତିର ମୁକାବିଲା କରିଥିଲେ ।  ଏନେଇ ସିଆରପିଏଫ ପକ୍ଷରୁ ଅଭିଯୋଗ ହେବା ପରେ ଜମ୍ମୁ କାଶ୍ମୀର ପୁଲିସ ଏକ ମାମଲା ରୁଜୁ କରିଛି ।