ଏଲଓସି ଉପରେ ସେନାଧ୍ୟକ୍ଷଙ୍କ ନଜର ! ଧିରେ ଧିରେ ସାମାନ୍ୟ ହେଉଛି କାଶ୍ମୀର; ପୋଲିସ ଥାନା ଅଂଚଳକୁ ହଟିଲା ପ୍ରତିବନ୍ଧକ, ଟେଲିଫୋନ ଏକ୍ସଚେଞ୍ଜ ବି ଚାଲୁ

177

କନକ ବ୍ୟୁରୋ: ଜାମ୍ମୁ ଓ କାଶ୍ମୀର ଗସ୍ତରେ ଅଛନ୍ତି ସେନାମୁଖ୍ୟ ବିପିନ ରାୱତ୍ । ଏହି ଗସ୍ତ ସମୟରେ ଶନିବାର ବିପିନ୍ ରାୱତ୍ ନିୟନ୍ତ୍ରଣ ରେଖାରେ ପହଂଚି ସ୍ଥିତି ସମିକ୍ଷା କରିଛନ୍ତି । ଏହି ଅବସରରେ ବିପିନ ରାୱତଙ୍କ ସହ ଲେପ୍ଟନାଂଟ ଜେନେରାଲ ରଣବୀର ସିଂହ ଉପସ୍ଥିତ ଥିଲେ । ସୀମାରେ ଯବାନଙ୍କ ପ୍ରସ୍ତୁତିକୁ ଅନୁଧ୍ୟାନ କରିଛନ୍ତି ସେନା ମୁଖ୍ୟ । ଜାମ୍ମୁ କାଶ୍ମିରରୁ ଧାରା ୩୭୦ ଉଚ୍ଛେଦ ପରେ ବିପିନ ରାୱତଙ୍କ ଏହା ପ୍ରଥମ ଜାମ୍ମୁ କାଶ୍ମୀର ଗସ୍ତ । ଏଲଓସିରେ ପହଂଚି ସେଠାରେ କମାଣ୍ଡର ଏବଂ ସେନା ସହିତ ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି ।

ନିୟନ୍ତ୍ରଣ ରେଖାରେ ସେନାଙ୍କ ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି । ଏହା ପୂର୍ବରୁ ଜାତୀୟ ପରାମର୍ଶଦାତା ଅଜିତ ଡ଼ୋଭାଲ ଜାମ୍ମୂ କାଶ୍ମିର ଗସ୍ତ କରିଥିଲେ । ସୀମା ଆରପଟେ ପାକିସ୍ତାନ ଏହାର ଆଗୁଆ ମୋର୍ଚ୍ଚା ସବୁରେ ସୈନ୍ୟ ଠୁଳକରୁଥିବା ବେଳେ ସ୍ଥଳ ସେନା ମୁଖ୍ୟ ଏଲଓସି ଗସ୍ତ କରି ଭାରତୀୟ ସୈନ୍ୟ ମୋର୍ଚ୍ଚାର ସ୍ଥିତି ସମୀକ୍ଷା କରିବା ଭାରତୀୟ ଜବାନଙ୍କ ମନୋବଳକୁ ବୃଦ୍ଧି କରିଛି । ଏହି ଗସ୍ତ କାଳରେ ଏଲଓସି ନିକଟ ଅଂଚଳରେ ଲୋକଙ୍କ ଗତିବିଧି ଓ ସୀମା ଆରପଟେ ପାକିସ୍ତାନର ଗତିବିଧିକୁ ଅତି ନିକଟରୁ ବିପିନ୍ ରାୱତ୍ ଦେଖିବା ସହ ସେନା ଅଧିକାରୀଙ୍କ ସହିତ ଏନେଇ ସମୀକ୍ଷା କରିଛନ୍ତି ।