ପୁଣି ସାମନାକୁ ଆସିଲା ଚୀନର ଅସଲ ରୂପ । ଜମ୍ମୁକାଶ୍ମୀରକୁ ନେଇ ପାକିସ୍ତାନ ଅଭିଯୋଗର ଶୁଣାଣି ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷଙ୍କୁ ଲେଖିଲା ଚିଠି 

456
କନକ ବ୍ୟୁରୋ : ପୁଣି ସାମନାକୁ ଆସିଲା ଚୀନର ଅସଲ ରୂପ । ଜମ୍ମୁକାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରି ଅଭିଯୋଗର ଶୁଣାଣି ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅନୁରୋଧ କରିଛି ଚୀନ୍ । ଆଉ ଚୀନର ଅନୁରୋଧ ପରେ କାଶ୍ମୀର ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦରେ ଆଜି ସକାଳ ୧୦ଟାରେ ହେବ ରୁଦ୍ଧଦ୍ୱାର ବୈଠକ  । ପାକିସ୍ତାନର ବାରମ୍ବାର ଅନୁରୋଧ ଓ ଚୀନର ଅନୁରୋଧ ପରେ ସଂଯୁକ୍ତ ରାଷ୍ଟ୍ରର ସୁରକ୍ଷା ପରିଷଦ ଆଜି କାଶ୍ମୀର ପ୍ରସଙ୍ଗରେ ଏକ ରୁଦ୍ଧ ଦ୍ୱାର ବୈଠକ କରି ଚର୍ଚ୍ଚା କରିବ ବୋଲି ସୂଚନା ମିଳିଛି ।
ଏହି ବୈଠକରେ ଭାରତ ଚଳିତ ମାସ ଅଗଷ୍ଟ ୫ତାରିଖରେ ନିଜର ସମ୍ବିଧାନରୁ ଧାରା ୩୭୦ ଉଛେଦ କରିବା ଓ ଜମ୍ମୁକାଶ୍ମୀରରୁ ସ୍ୱତନ୍ତ୍ରରାଜ୍ୟ ପାହ୍ୟା ଉଠାଇନେବା ପ୍ରସଙ୍ଗରେ ଆଲୋଚନା ହେବ । ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଛେଦ କରାଯିବା ପରେ ପାକିସ୍ତାନ ବିଚଳିତ ହୋଇପଡିଛି । ପାକିସ୍ତାନ ଏହି ପ୍ରସଙ୍ଗରେ ଭାରତ ଉପରେ ଅନ୍ତର୍ଜାତୀୟ ସ୍ତରରେ ଚାପ ପକାଇବା ପାଇଁ ଲଗାତାର ପ୍ରୟାସ ଜାରି ରଖିଛି । ତେଣୁ କାଶ୍ମୀର ପ୍ରସଙ୍ଗରେ ଏକ ଜରୁରୀକାଳିନ ବୈଠକ ଡାକିବାକୁ ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲା । ତାପରେ ପାକିସ୍ତାନର ବନ୍ଧୁରାଷ୍ଟ୍ର ଚୀନ ମଧ୍ୟ ଅଧିକାରୀ କସ୍ତରରେ ଜାତିସଂଘ ଅଧ୍ୟକ୍ଷଙ୍କୁ ଏକ ପତ୍ର ଲେଖି ପାକିସ୍ତାନର ଅଭିଯୋଗ ଉପରେ ଆଲୋଚନା ପାଇଁ ଅନୁରୋଧ କରିଥିବା ଜଣାପଡିଛି ।
ଜାତୀୟ  ଗଣମାଧ୍ୟମର ସୂଚନା ମୁତାବକ , ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଯୋଆନା ରେକୋନାକା ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି । ତେବେ ଏହି ବୈଠକରୁ ପାକିସ୍ତାନକୁ ବିଶେଷ କିଛି ଫାଇଦା ନମିଳିପାରେ ବୋଲି ଅନୁମାନ କରାଯାଉଛି । କାରଣ ପୂର୍ବରୁ ଏହି ପ୍ରସଙ୍ଗକୁ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଋଷ୍ ଓ ଆମେରିକା ଭାରତର ଆଭ୍ୟନ୍ତରୀଣ ମାମଲା କହିବା ସହ ମଧ୍ୟସ୍ଥି କରିବେନି ବୋଲି ସ୍ପଷ୍ଟ କରିଛନ୍ତି ।