ଓଡିଶାରୁ ରହସ୍ୟମୟ ଭାବେ ଗାଏବ ହୋଇଗଲେ କଶ୍ମୀରର ଡାକ୍ତରୀ ଛାତ୍ର ! ଗତ ୯ ତାରିଖରୁ ଭୁବନେଶ୍ୱର ଏମ୍ସରୁ ହୋଇଯାଇଛନ୍ତି ନିଖୋଜ

28

କନକ ବ୍ୟୁରୋ: ଭୁବନେଶ୍ୱର ଏମ୍ସରେ ପଢୁଥିବା କାଶ୍ମୀରର ଛାତ୍ର ରହସ୍ୟମୟ ଭାବେ କୋଲକାତାରୁ ନିଖୋଜ ହୋଇଯାଇନ୍ତି । ସଂପୃକ୍ତ ଛାତ୍ରର ନାଁ ସୋହେଲ ଆଇଜାଦ ଓ ତାଙ୍କ ବୟସ ୧୯ ବର୍ଷ ବୋଲି ଜଣାଯାଇଛି । ଏ ନେଇ ପଶ୍ଚିମବଙ୍ଗର ହାୱାଡା ଥାନା ଓ ଭୁବନେଶ୍ୱର ଥାନାରେ ଅଭିଯୋଗ ହୋଇଛି । ଜାମ୍ମୁ-କାଶ୍ମୀରର ପୋଲିସକୁ ବି ଅବଗତ କରାଯାଇଛି । ଖବର ଅମୁସାରେ, ପଞ୍ଜାବ ଅମୃତସରରେ ଏକ ଭୋଜିରେ ଯୋଗଦେବାକୁ ସୋହେଲ ୯ ତାରିଖରେ ଭୁବନେଶ୍ୱର ଛାଡିଥିଲେ । ପରଦିନ ସକାଳ ୫ଟାରେ ସେ ହାୱଡା ଛାଡିଥିଲେ । କିନ୍ତୁ ତାପରଠାରୁ ତାଙ୍କ ମୋବାଇଲ ସୁଇଚ ଅଫ ଆସୁଛି ।

କିଛି ଦିନ ଧରି ସୋହେଲଙ୍କ ସହ ପରିବାର ଲୋକେ କଥା ହୋଇନଥିଲେ । ଏ ନେଇ ପରିବାର ଲୋକେ ଏମ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଏହା ପରେ ସୋହଲେ ନିଖୋଜ ଥିବା କଥା ସ୍ପଷ୍ଟ ହୋଇଥଲା । ଏହାପରେ ପୋଲିସ ଏମ୍ସ ଛାତ୍ରାବାସରେ ସୋହେଲଙ୍କ ରୁମ ଖାନତଲାସ କରିଥିଲା । ରୁମରୁ ମିଳିଥିବା ଏକ ନୋଟବୁକରେ କୁହାଯାଇଥିଲା ଯେ, ପରୀକ୍ଷାରେ ଭଲ କରିନଥିବାକୁ ମାନସିତ ସ୍ଥିତି ଭଲ ନାହିଁ । ଏହା ପରେ ପୋଲିସ ତଦନ୍ତକୁ ଜୋରଦାର କରିଛି । ସୋହେଲ କୋଲାକାତାରୁ କୁଆଡେ ଗଲେ ତାହା ସୃଷ୍ଟି କରିଛି ଏକ ବିରାଟ ପ୍ରଶ୍ନବାଚୀ ।