ଚର୍ଚ୍ଚାରେ ‘କାଶୀ ଲାଭ ମୁକ୍ତି ଭବନ’ ! ପରିବାର ଲୋକଙ୍କ ମୃତ୍ୟୁ ପାଇଁ କରାଯାଏ ପ୍ରାର୍ଥନା

40

ଆପଣଙ୍କୁ ଶୁଣବାକୁ ଅଜବ ଲାଗିପାରେ କିନ୍ତୁ ଏହା ସତ । ପରିବାର ଓ ପରିଜନମାନେ ବାପା-ମାଆଙ୍କ ମୃତ୍ୟୁ ପାଇଁ ନେଇଆସିଥାନ୍ତି । ସତ ଜାଣିବା ପାଇଁ ଯିବାକୁ ହେବ ବନାରସ ସ୍ଥିତ ଗୌଦାଲିଆ ସ୍ଥିତ ‘କାଶୀ ଲାଭ ମୁକ୍ତି ଭବନ’ ବିହାରରେ ରହୁଥିବା ଶିବଶଙ୍କର ତିୱାରୀ ବାପା ସୂର୍ଯ୍ୟନାଥ ତିୱାରୀଙ୍କୁ ସକାଳୁ ସକାଳୁ ନେଇ ପହଂଚିଥିଲେ ସେଠାରେ । ଏପରିକି ପ୍ରାର୍ଥନା ଓ ରହିବା ପାଇଁ ଘର ମଧ୍ୟ ସିଫ୍ଟ କରିଥିଲେ । ଆଉ ଏକ ଘଂଟା ମଧ୍ୟରେ ତାଙ୍କ ଇଚ୍ଛା ପୂରଣ ହେଲା ଓ ତାଙ୍କ ବାପାଙ୍କର ମୃତ୍ୟୁ ହେଲା ।

ଶିବଶଙ୍କର କହିଛନ୍ତି , ଗତ ମଙ୍ଗଳବାର ଦିନ ବାପାଙ୍କୁ ମୁକ୍ତି ଓ ସ୍ୱର୍ଗକୁ ପଠାଇବା ପାଇଁ ଆସିଥିଲି । ଯେ ପର୍ଯ୍ୟନ୍ତ ବାପାଙ୍କର ମୃତୁ ନହୋଇଛି କୌଣସି ସମ୍ପର୍କୀୟଙ୍କୁ ଛାଡି ଗାଁକୁ ଫେରିଯିବି ବୋଲି ଭାବିଥିଲି । କିନ୍ତୁ ବାବା ବିଶ୍ୱନାଥ ଆମ ଡାକ ଶୁଣିଲେ ଏବଂ ସ୍ୱର୍ଗକୁ ନେଇଗଲେ । ଶିବଶଙ୍କର କହିଛନ୍ତି, ସେ ଜଣେ କୃଷକ । ବାପା ଲୋକଙ୍କ ପାଖରୁ ଶୁଣିଥିଲେ କାଶୀରେ ମୃତ୍ୟୁବରଣ କରିବା ଶୁଭ ଓ ସ୍ୱର୍ଗପ୍ରାପ୍ତି ହୋଇଥାଏ । ବାପାଙ୍କର ଅନ୍ତିମ ଇଚ୍ଛା ଏହା ହିଁ ଥିଲା ।

ସୋନମ ମାଆ ମୀରା ସିଂହଙ୍କ ମୃତ୍ୟୁ ପାଇଁ ଏଠାକୁ ଆସିଥିଲେ । ମୀରା ସିଂହ ଚାହିଁଥିଲେ କାଶୀରେ ମୃତ୍ୟୁବରଣ କରିବା ପାଇଁ । ସେହିପରି ଦଶ ଦିନ ଆଗରୁ ଆସିଥିବା ଦରଭଙ୍ଗରୁ ଆସିଥିବା ଲାଲମନ ଝା କହିଛନ୍ତି, ଆମେ କକାଙ୍କୁ ନେଇ ଏଠାକୁ ଆସିଥିଲୁ । ତାଙ୍କ ମୃତ୍ୟୁ ନହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା ।

ଆଜି ପର୍ଯ୍ୟନ୍ତ ୧୫୫୦୦ରୁ ଅଧିକ ଲୋକ ମୁକ୍ତି ପାଇଛନ୍ତି

‘କାଶୀ ଲାଭ ମୁକ୍ତି ଭବନ’ର ମ୍ୟାନେଜର ଭୈର ନାଥ ଶୁକ୍ଳା କହିଛନ୍ତି ୧୯୫୮ରେ ଡାଲମିୟାଁ ଚାରିଟେବଲ ଟ୍ରଷ୍ଟର ପ୍ରତିଷ୍ଠା କରିଥିଲେ ବିଷ୍ଣୁହରି ଡାଲମିୟାଁ । ଆଜି ପର୍ଯ୍ୟନ୍ତ ଏଠାରେ ୧୫ହଜାରରୁ ଅଧିକ ଲୋକ ମୁକ୍ତି ପାଇସାରିଲେଣି ।

ସୌଜନ୍ୟ: ଦୈନିକ ଭାସ୍କର