ଟ୍ରେନ୍ ସିଟରେ ଶିବ ମନ୍ଦିର : କାଶୀ ମହାକାଳ ଏକ୍ସପ୍ରେସ୍ ଟ୍ରେନର ସିଟ୍ ନମ୍ବର ୬୪ ରେ ପୂଜା ପାଉଛନ୍ତି ମହାଦେବ , ପୂଜକ ସାଜିଛନ୍ତି ଟିଟିଆଇ ।

275

ଷ୍ଟେସନରେ ଧାର୍ମିକ ସ୍ଥଳ ଥିବାର ଅନେକ ଉଦାହରଣ ଦେଖିଥିବେ କିନ୍ତୁ ଟ୍ରେନ୍ ଭିତରେ ଏଭଳି ଦୃଶ୍ୟ କେବେ ଦେଖିଛନ୍ତି କି? ଏହି ଦୃଶ୍ୟ ହେଉଛି କାଶୀ ମହାକାଳ ଏକ୍ସପ୍ରେସ୍ ଟ୍ରେନର । ଟ୍ରେନର ଗୋଟିଏ ସିଟ୍ କୁ ମନ୍ଦିର ଭଳି ସଜାଇ ପୂଜା କରୁଛନ୍ତି ଟିଟିଆଇ । ଏହି ମନ୍ଦିରରେ ମହାଦେବଙ୍କ ମୂର୍ତ୍ତୀ ପୂଜା ପାଉଛନ୍ତି । ଆପଣଙ୍କୁ କହିରଖୁଛୁ ଯେ , ଏହି ଟ୍ରେନଟି ବାରାଣାସୀର ଇନ୍ଦୋରାରୁ ଚାଲିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି । ଯେଉଁ କୋଚ୍ ରେ ମନ୍ଦିର ପ୍ରସ୍ତୁତ ହୋଇଛି ଏହାର ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ସେୟାର୍ କରାଯାଉଛି । କୋଚ୍ ବି୫ର ସିଟ୍ ନମ୍ବର ୬୪ ରେ ଏହି ମନ୍ଦିର ପ୍ରସ୍ତୁତ ହୋଇଛି । ଏହି ଟ୍ରେନ୍ ଫେବୃୟାରୀ ୨୦ ତାରିଖରେ ଚାଲିବ । ଏହି ଟ୍ରେନର ପ୍ରତିଟି କୋଚ୍ ରେ ୬-୬ ଟି ସିସିଟିଭି କ୍ୟାମେରା ଲାଗିବା ସହ ଏକ କଣ୍ଟ୍ରୋଲର ମଧ୍ୟ ପ୍ରସ୍ତୁତ କରାଯାଇଛି । ଆଇଆରସିଟିସି ପାଖରେ ୧ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ଏହି ସବୁ ଭିଡିଓର ଫୁଟେଜ୍ ରହିବ । ଟ୍ରେନ୍ ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ମାଗଣାରେ ଦିଆଯିବ , ଯାହାର ପ୍ରିମିୟମ୍ ଯାତ୍ରୀଙ୍କ ଠାରୁ ନିଆଯିବନାହିଁ । ଟିକେଟ୍ ବୁକିଙ୍ଗ୍ ସୁବିଧା ପାଇଁ ଷ୍ଟପେଜ୍ ଥିବା ଷ୍ଟେସନରେ ଆରକ୍ଷଣ କାଉଣ୍ଟର ଖୋଲାଯିବ । ଟ୍ରେନର ସାଇଡ୍ ଲୋୟର୍ ବର୍ଥର ଦୁଇପାଶ୍ୱର୍ରେ ସାଇଡ୍ ସପୋର୍ଟ ସୁବିଧା ଉପଲବ୍ଧ କରାଯିବ । ଯେଉଁଥିରେ ଯାତ୍ରୀଙ୍କୁ ପିଠି ଯନ୍ତ୍ରଣାର ଅସୁବିଧା ହେବନାହିଁ । ପ୍ରତି କ୍ୟାବିନରେ ୬-୬ ଟି ଚାର୍ଜିଙ୍ଗ୍ ପଏଣ୍ଟ୍ ସୁବିଧା ଦିଆଯିବ ।

ଏହି ଟ୍ରେନ୍ ଉଜ୍ଜେନ , ଓଁକାରେଶ୍ୱର , ମହେଶ୍ୱର , ଇନ୍ଦୋର ତଥା ଭୋପାଲ ଯିବ । ଆଇଆରସିଟିସି ଏହି ଟ୍ରେନ୍ ରେ ଯାତ୍ରା କରିବା ପାଇଁ ଅନେକ ପ୍ୟାକେଜ୍ ର ମଧ୍ୟ ଘୋଷଣା କରିଛି ।