ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କୁ ଘାଇଲା କଲେ କଙ୍ଗାରୁ ବୋଲର ! କୁମିନ୍ସଙ୍କ ବୋଲିଂରେ ଅଚେତ ହେଲେ କରୁଣାରତ୍ନେ, ହସ୍ପିଟାଲରେ ଭର୍ତ୍ତି, ଦେଖନ୍ତୁ ଭିଡିଓ ।

274

ଅନ୍ତର୍ଜାତୀୟ କ୍ରିକେଟରେ ମ୍ୟାଚ ସମୟରେ ଅନେକ ଖେଳାଳୀ ଆହତ ହୋଇଛନ୍ତି । ଏପରିକି ମଇଦାନ ଉପରେ କେତେ ଜଣ କ୍ରିକେଟରଙ୍କ ଜୀବନ ମଧ୍ୟ ଚାଲିଯାଇଛି । ତେବେ ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ଜାରି ଥିବା ୨ୟ ଟେଷ୍ଟରେ କ୍ରିକେଟର ଏବଂ ପ୍ରଶଂସକଙ୍କ ଛାତି ଚମକିଛି । ଅଷ୍ଟ୍ରେଲିଆର ବୋଲର ପେଟ୍ କୁମିନ୍ସଙ୍କ ଘାତକ ବୋଲିଂରେ ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ ଦିମୁଥ କରୁଣାରତ୍ନେ ଆଘାତ ପାଇବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୁମିନ୍ସ ବାଉନସର ବଲ ମାରିଥିଲେ, ଯାହାକି କରୁଣାରତ୍ନେଙ୍କ ଦେହରେ ବାଜିଥିଲା । ଆଘାତ ପାଇବା ପରେ ସାଥୀ ଖେଳାଳି ଲହିରୁ ଥିରିମାନେ, ଉଭୟ ଅମ୍ପାୟାର ଏବଂ ଅଷ୍ଟ୍ରେଲିଆର ସମସ୍ତ ଖେଳାଳି ଏକାଠି ହୋଇଯାଇଥିଲେ । ପ୍ରାୟ ୭/୮ ମିନିଟ ପରେ ଷ୍ଟ୍ରେଚର ଆସିଥିଲା । ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ।

ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ କାନବେରାରେ ଜାରି ରହିଛି । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୫ ଓ୍ଵିକେଟ ହରାଇ ୫୩୪ ରନ କରିବା ପରେ ପାଳି ଘୋଷଣା କରିଛି । ଏହା ପରେ ଶ୍ରୀଲଙ୍କା ବ୍ୟାଟିଂ ଆରମ୍ଭ କରିଛି । ଓପନର ଦିମୁଥ କରୁଣାରତ୍ନେ ଏବଂ ଥିରିମାନେ ଭଲ ଭାଗିଦାରୀ ହୋଇଛନ୍ତି । ଭଲ ସ୍କୋର ଚାଲିଥିବା ବେଳେ କରୁଣାରତ୍ନେ ଆହତ ହୋଇଛନ୍ତି । ୪ ବର୍ଷ ପରେ ପୂର୍ବରୁ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ଫିଲିପ ହ୍ୟୁଜଙ୍କ ମୁଣ୍ଡରେ ବଲ ବାଜିବାରୁ ମୃତ୍ୟୁ ଘଟିଥିଲା ।

୩୦ ବର୍ଷିଅ କରୁଣାରତ୍ନେଙ୍କୁ ମ୍ୟାଚର ୩୧ତମ ଓଭରରେ ଆଘାତ ଲାଗିଥିଲା । ପେଟ କୁମିନ୍ସଙ୍କ ଏହି ଓଭରରେ ୪ର୍ଥ ବଲ ସର୍ଟପିଚ୍ ଥିଲା । କରୁଣାରତ୍ନେ ଖେଳିବାକୁ ଉଦ୍ୟମ କରିଥିଲେ କିନ୍ତୁ ବଲ ଉଠି ନଥିଲା । ବଲର ବେଗ ଘଣ୍ଟା ପ୍ରତି ୧୪୨ କିମି ଥିଲା । ଦେହରେ ବଲ ବାଜିବା ପରେ କରୁଣାରତ୍ନେ ତଳେ ପଡ଼ିଯାଇଥିଲେ। ଅମ୍ପାୟାର ଯୁଦ୍ଧକାଳୀନ ଭିତ୍ତିରେ ମେଡିକାଲ ଟିମଙ୍କୁ ଡାକିଥିଲେ । ଆଘାତ ପାଇବା ସମୟରେ କରୁଣାରତ୍ନେ ୪୬ ରନରେ ଅପରାଜିତ ଥିଲେ। ।