ଡିଏମକେ ମୁଖ୍ୟ କରୁଣାନିଧି ଅସୁସ୍ଥ : ନିମ୍ନରକ୍ତଚାପ ଯୋଗୁଁ ମେଡିକାଲରେ ଭର୍ତ୍ତି,ସ୍ୱାସ୍ଥ୍ୟବସ୍ଥା ସ୍ଥିର

76

କନକ ବ୍ୟୁରୋ : ତାମିଲନାଡୁର ର୍ପୂବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ଅଧ୍ୟକ୍ଷ କରୁଣାନିଧିଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହୋଇଛି । ଗତରାତିରେ ତାଙ୍କୁ ଆସିୟୁରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ତାଙ୍କ ବାସଭବନ ସମୁଖରେ ତାଙ୍କ ସମର୍ଥକଙ୍କ ଭିଡ ଜମିଛି । ଏନେଇ ସୂଚନା ଦେଇଛନ୍ତି କରୁଣାନିଧିଙ୍କ ପୁଅ ତଥା ଡିଏମକେର କାର୍ଯ୍ୟକାରୀ ଅଧ୍ୟକ୍ଷ ଷ୍ଟାଲିନ୍ । ମୂତ୍ରାଶୟ ନଳିରେ ସଂକ୍ରମଣ ଯୋଗୁଁ ସେ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି । ଚେନ୍ନାଇସ୍ଥିତ ଗୋପାଲପୁରମ ବାସଭବନରେ କରୁଣାନିଧିଙ୍କ ଚିକିତ୍ସା ଜାରି ରହିଛି । ତେବେ ସଂକ୍ରମଣ କମିବା ସହ ସେ ସୁସ୍ଥ ହେଉଛନ୍ତି ବୋଲି ଷ୍ଟାଲିନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ୯୪ବର୍ଷୀୟ କରୁଣାନିଧିଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିବା ପାଇଁ ବାସଭବନରେ ଦଳୀୟନେତା, ସମର୍ଥକ ଓ ବହୁ ନେତାଙ୍କ ଭିଡ ଜମିଛି । ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ଓ ପନୀରସେଲଭମ କରୁଣାନିଧିଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଛନ୍ତି । ୧୮ତାରିଖରେ ଡାକ୍ତରଖାନାରେ ଚିିକିତ୍ସିତ ହେବା ପରେ ଘରୁକୁ ଫେରିଥିଲେ କରୁଣାନିଧି ।

ସୂଚନାଯୋଗ୍ୟ ଯେ, ୯୪ ବର୍ଷିୟ କରୁଣାନିଧି ବୟସାଧିକ୍ୟ ଯୋଗୁ ଅସୁସ୍ଥ ହୋଇପଡ଼ିଛନ୍ତି । ଏହା ସହ ମୂତ୍ର ସଂକ୍ରମଣ ଯୋଗୁ ସେ ଜ୍ୱରରେ ମଧ୍ୟ ପୀଡ଼ିତ ଅଛନ୍ତି ।  ଗତକାଲି  ସାଂସଦ ତଥା କରୁଣାନିଧିଙ୍କ ଝିଅ କାନିମୋଝି, ପୁଅ ଷ୍ଟାଲିନ ପ୍ରମୁଖ  କରୁଣାନିଧିଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଛି ବୋଲି କହିବାର କିଛି ସମୟ ପରେ  କରୁଣାନିଧି ଅସସ୍ଥ ହୋଇପଡ଼ିଥିଲେ ।  ଏପରିକି ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ  କରୁଣାନିଧିଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  କରୁଣାନିଧିଙ୍କ ପରିବାର ସଦସ୍ୟଙ୍କ ସହିତ ସ୍ୱାସ୍ଥ୍ୟାବସ୍ଥା ନେଇ ଫୋନ୍‌ରେ କଥା ହୋଇଛନ୍ତି ।