ଚେନ୍ନାଇର ନାୟକ ସାଜିଲେ ନାୟାର ! ଟେଷ୍ଟ ଇତିହାସରେ ଭାରତର ସର୍ବାଧିକ ସ୍କୋର୍

29

କନକ ବ୍ୟୁରୋ : ଚେନ୍ନାଇରେ ଟିମ୍ ଇଣ୍ଡିଆ ରଚିଲା ଇତିହାସ । ତା ସହ ଦଳକୁ ମିଳିଲା ସର୍ବ କନିଷ୍ଠ ତ୍ରିଶତକୀୟ ବ୍ୟାଟସମ୍ୟାନ୍ । ଇଂଲଣ୍ଡ ବିରୋଧରେ ଚାଲିଥିବା ପଂଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚର ପ୍ରଥମ ଇନିଙ୍ଗସରେ ୭୫୯ ରନର ବିଶାଳ ସ୍କୋର କରିଛି ଭାରତ । ଯାହା ଭାରତର ସର୍ବାଧିକ ଟେଷ୍ଟ ସ୍କୋର । ସେପଟେ ପାଂଚ ନମ୍ବର ସ୍ଥାନରେ ବ୍ୟାଟିଂ କରୁଥିବା କରୁଣ ନାୟର ଜୀବନର ତୃତୀୟ ଟେଷ୍ଟରେ ହି ତ୍ରିଶତକ କରି ଅନେକ ରେକର୍ଡ ଅତିକ୍ରମ କରିଛନ୍ତି ।