ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି । ରାଧାଦାମୋଦର ବେଶରେ ଦର୍ଶନ ଦେବେ ମହାପ୍ରଭୁ, ପ୍ରତିଦିନ ଲାଗି ହେବ ବାଳଭୋଗ

248

କନକ ବ୍ୟୁରୋ : ଦଶହରା ସରିବା ପରେ ଆଜିଠାରୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ହେଉଛି । ମହାପ୍ରଭୁ ଆଜିଠାରୁ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ବାଳଭୋଗ ବି ଆୟୋଜିତ ହେବ । କାର୍ତିକ ବ୍ରତ କରିଥିବା ବ୍ରତଧାରୀମାନେ ବ୍ରତ ପାଳନ କରିବା ସହ ମହାପ୍ରଭୁଙ୍କ ରାଧାଦାମୋଦର ବେଶ କରିବେ । ସେହିଭଳି ଆଜି ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନା ବଡଦାଣ୍ଡରେ ଦେବସଭା ହେବ । ଶାରଦୀୟ ଦୁର୍ଗାପୂଜାରେ ପୂଜାପାଉଥିବା ଦେବୀ ଶୋଭାଯାତ୍ରାରେ ବାହାରି ଦେବସଭାରେ ଯୋଗଦେବେ ।

Image Courtesy:pratinidhiodia

ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତୀ ପରେ ଦେବୀଘାଟକୁ ଯାଇ ବିସର୍ଜନ ହେବେ । ଏହାକୁ ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି । ତେବେ ପୁରୀରେ କ୍ରାତିକନୀତି ଆରମ୍ଭ ହେଉଥିବା କାରଣରୁ ଭକ୍ତଙ୍କ ଭିଡ ମଧ୍ୟ ଧିରେ ଧିରେ ବଢାବାରେ ଲାଗିଛି । ତେଣୁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ସବୁପ୍ରକାର ବ୍ୟବସ୍ଥା କରୁଥିବା ସୂଚନା ରହିଛି ।