ପ୍ରତି ସିନେମା ପିଛା କେତେ ପାରିଶ୍ରମିକ ଦାବି କରନ୍ତି ଏହି ଅଭିନେତା ! ପଢନ୍ତୁ ପୁରା ରିପୋର୍ଟ ।

66

ହିନ୍ଦୀ ଚଳଚ୍ଚିତ୍ର ‘ପ୍ୟାର୍ କା ପଂଚନାମା’ ଓ ‘ସୋନୁ କି ଟିଟୁ କି ସ୍ୱିଟି’ର ସଫଳତା ପରେ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି ଜଣେ ନାୟିକ। ସେ ହେଲେ କାର୍ତ୍ତିକ ଆର୍ୟ୍ୟନ୍। କାର୍ତ୍ତିକ ଆର୍ୟ୍ୟନ୍ ଆଉ ଦର୍ଶକ ମହଲରେ ଅପରିଚିତ ନୁହଁନ୍ତି। ଏଇ ନିକଟରେ ଚର୍ଚ୍ଚା ହେଉଥିଲା ଯେ କାର୍ତ୍ତିକଙ୍କୁ ଜଣେ ନିର୍ମାତା କରିନା କପୁର ଖାନଙ୍କ ବିପକ୍ଷରେ ନାୟକ ହେବାର ମଧ୍ୟ ଅଫର୍ ଦେଇଥିଲେ। କିନ୍ତୁ ପ୍ରଯୋଜକଙ୍କୁ କାର୍ତ୍ତିକ ଯେତିକି ପରିମାଣର ପାରିଶ୍ରମିକ ଦାବି କରିଲେ, ତାହା ଶୁଣି ବିସ୍ମିତ ହୋଇଗଲେ।ପ୍ରାପ୍ତ ସୂଚନା ଅନୁଯାୟୀ କାର୍ତ୍ତିକ ଆର୍ୟ୍ୟନ୍ ଏବେ ପ୍ରତିଟି ସିନେମା ପାଇଁ ୩ କୋଟି ଟଙ୍କା ଦାବି କରୁଛନ୍ତି। ‘ପ୍ୟାର୍ କା ପଂଚନାମା’ ଫିଲ୍ମର ନିର୍ଦ୍ଦେଶକ ଲଭ ରଂଜନ, ପ୍ରଯୋଜକ କୁମାର ମଙ୍ଗତ ଓ ଅଭିଷେକ ପାଠକ ଏହାର ତୃତୀୟ ଭାଗ ନିର୍ମାଣ କରିବା ପାଇଁ କାର୍ତ୍ତିକଙ୍କ ପାଇଁ ପ୍ରଯୋଜକଙ୍କଠାରୁ ୩ କୋଟି ଟଙ୍କା ଦାବି କରିଲେ।ନିର୍ଦ୍ଦେଶକ ଲଭ ରଂଜନଙ୍କର ଦୁଇଟି ସିନେମାରେ କ୍ରମାଗତଭାବେ କାମ କରିଛନ୍ତି। ତା’ ସତ୍ତ୍ୱେ କାର୍ତ୍ତିକ ଏତେ ପରିମାଣର ଅର୍ଥ ଦାବି କରିବା ଅନେକଙ୍କୁ ଆଶ୍ଚର୍ୟ୍ୟଚକିତ କରିଛି। ଏଠାରେ ସୂଚନାଯୋଗ୍ୟ ଯେ ‘ ପ୍ୟାର୍ କା ପଂଚନାମା’ ପାଇଁ କାର୍ତ୍ତିକ ଆର୍ୟ୍ୟନଙ୍କୁ ମିଳିଥିଲା ମାତ୍ର ୩୫ ଲକ୍ଷ ଟଙ୍କା। କିନ୍ତୁ ପ୍ରଯୋଜକ ଅନୁଭବ କରିଲେଣି ଯେ କାର୍ତ୍ତିକଙ୍କର ମାର୍କେଟ୍ ପ୍ରାଇସ୍ ବଢିଯାଇଛି। ଏଣୁ ଏହି ସିନେମା ଲାଗି କିଛି ଏକ ବାଟ ଫିଟିବ ବୋଲି ଆଶା କରାଯାଉଛି।