ଆଇଏନଏକ୍ସ ମିଡିଆ ବେଆଇନ ଅର୍ଥ କାରବାର ମାମଲା ! କାର୍ତ୍ତି ଚିଦାମ୍ବରମଙ୍କୁ ମୁମ୍ବାଇ ନେଲା ସିବିଆଇ

21

କନକ ବ୍ୟୁରୋ: କାର୍ତ୍ତିଙ୍କୁ ମୁମ୍ବାଇ ନେଲା ସିବିଆଇ । ଆଇଏନଏକ୍ସ ମିଡିଆ ଲାଂଚ ମାମଲାରେ ଗିରଫ ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ଆଜି ମୁମ୍ବାଇ ନେଇଛି ସିବିଆଇ । ଗତ ତିନିଦିନ ହେବ କାର୍ତ୍ତିଙ୍କୁ ଜେରା ଚଳାଇଥିବା ସିବିଆଇ ଆଜି ତାଙ୍କୁ ମୁମ୍ବାଇର ଭାୟକୁଲା ଜେଲକୁ ନେଇଛି ।

ଆଇଏନଏକ୍ସ ମିଡିଆ ମାଲିକିଆଣି ଇନ୍ଦ୍ରାଣୀ ଓ ପୀଟର ମୁଖାର୍ଜୀ ମୁମ୍ବାଇ ସ୍ଥିତ ଭାୟକୁଲା ଜେଲରେ ଥିବାରୁ କାର୍ତ୍ତିଙ୍କୁ ସେଠାକୁ ନିଆଯାଇଛି । ସେଠାରେ ଇନ୍ଦ୍ରାଣୀ ଓ ପିଟର ମୁଖାର୍ଜୀଙ୍କ ସହ କାର୍ତିଙ୍କୁ ମୁହାଁମୁହିଁ ଜେରା କରିବ ସିବିଆଇ । ଝିଅ ସୀନା ବୋରା ହତ୍ୟା ମାମଲାରେ ଇନ୍ଦ୍ରାଣୀ ମୁଖାର୍ଜୀ ଓ ସ୍ୱାମୀ ପିଟର ମୁଖାର୍ଜୀ ମୁମ୍ବାଇର ଭାୟଖଲା ଜେଲରେ ଅଛନ୍ତି ।