କର୍ଣ୍ଣାଟକ ମେଣ୍ଟ ସରକାରରେ କ୍ୟାବିନେଟ ମନ୍ତ୍ରୀପାହ୍ୟା ବଢାଇବାକୁ ଚାହୁଁଛି କଂଗ୍ରେସ : ଦିଲ୍ଲୀରେ ଆୟୋଜିତ ବୈଠକ ପରେ ନିଆଯାଇପାରେ ନିଷ୍ପତ୍ତି ?

26

କନକ ବ୍ୟୁରୋ : କର୍ଣ୍ଣାଟକରେ ମେଣ୍ଟ ସରକାରରେ ଅନେକ ମନମାଳିନ୍ୟ ଚାଲିଥିବା ମଧ୍ୟରେ କଂଗ୍ରେସ ସେଠାରେ କ୍ୟାବିନେଟ ବଢାଇବା ପାଇଁ ଇଚ୍ଛା କରୁଥିବା ଜଣାପଡିଛି । ଏ ବିଷୟରେ ରାଜ୍ୟ ନେତାଙ୍କ ସହ ଖୁବଶୀଘ୍ର ଆଲୋଚନା କରାଯିବ ବୋଲି ଜଣା ପଡିଛି । ତେବେ ଏକ ଜାତୀୟ ଗଣମାଧ୍ୟମରୁ ଜଣାପଡିଛି ଯେ, ଆସନ୍ତା ଜୁଲାଇ ୧୮ ରେ କର୍ଣ୍ଣାଟକରେ କ୍ୟାବିନେଟ ବିସ୍ତାର ଉପରେ ନେତାମାନେ ଆଲୋଚନା କରିବେ ବୋଲି ଜଣାପଡିଛି । ତେବେ ମେଣ୍ଟ ସରକାରରେ କଂଗ୍ରେସକୁ ମିଳିଥିବା ୬ ଟି ମନ୍ତ୍ରୀ ପଦ ବର୍ତ୍ତମାନ ସମୟରେ ଖାଲି ରହିଛି । ତେଣୁ ସେହି ପଦ ଗୁଡିକୁ ପୂରଣ କରିବା ପାଇଁ ଏହି ବୈଠକ କରାଯାଇଥିବା ଜଣାପଡିଛି । ଏପଟେ କର୍ଣ୍ଣାଟକର ଉପ- ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଜୀ ପରମେଶ୍ୱର କହିଛନ୍ତି ଯେ, ମୋର ଦିଲ୍ଲୀ ଗସ୍ତ ସମୟରେ ଆମ ଦଳର ନେତୃବୁନ୍ଦଙ୍କ ସାଙ୍ଗେ ଆଲୋଚନା କରିବି ତେବେ ପରମେଶ୍ୱର ମନ୍ତ୍ରୀ ସଂଖ୍ୟା ବଢାଇଲେ କାହାକୁ କେଉଁ ବିଭାଗ ମିଳିବ ସେନେଇ କିଛି ନିଦ୍ଧିଷ୍ଟ ଉତ୍ତର ଦେଇ ନାହାନ୍ତି । ପ୍ରକାଶ ଯୋଗ୍େୟଯ, ରାଜ୍ୟରେ କଂଗ୍ରେସ ସମର୍ଥନରେ ଏଚଡି କୁମାନସ୍ୱାମୀ ସରକାର ଗଠନ କରିଛନ୍ତି । ତେବେ ଉଭୟ ଦଳର ବରିଷ୍ଠ ନେତାମାନଙ୍କ ଆଲୋଚନା ପରେ କଂଗ୍ରେସକୁ ୨୨ ଓ ଜେଡିଏସକୁ ୧୨ ଟି ମୁଖ୍ୟମନ୍ତ୍ରୀ ପଦ ମିଳିବ ନେଇ ନିଷ୍ପତ୍ତି ହୋଇଥିଲା । ତେବେ ଜୁନରେ ଗଠନ ହୋଇଥିବା ମନ୍ତ୍ରୀମଣ୍ଡଳରେ ବର୍ତ୍ତମାନ ସମୟରେ କଂଗ୍ରେସର ୬ ଟି ଓ ଜେଡିଏସର ୧ ଟି ପଦ ଖାଲିପଡିଛି ।

 

ତେବେ କୁମାରସ୍ୱାମୀ ତାଙ୍କ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏତେଟା ଖୁସି ନଥିବା ଦେଖାଯାଇଛି । କାରଣ ଶନିବାର ମୁଖ୍ୟମନ୍ତ୍ରୀ ବାଙ୍ଗାଲୋରଠାରେ ଏକ ସଭାର ଆୟୋଜନ କରିଥିଲେ ଏବଂ ଉକ୍ତ ସଭାରେ ସେ ଭାବୁକ ହୋଇ କାନ୍ଦିପକାଇ ଦୁଇ ଘଣ୍ଟାମଧ୍ୟରେ ମନ୍ତ୍ରୀ ପଦ ଛାଡିପାରେ ବୋଲୁ କହିଥିଲେ । ଏହାସହ ସେ କହିଥିଲେ ଆପଣମାନେ ମୋର ପଦକୁ ନେଇ ଖୁସି ଅଛନ୍ତି । କିନ୍ତୁ ମୁଁ ଖୁସି ନାହିଁ ବୋଲି କହିଥିଲେ କୁମାର ସ୍ୱାମୀ। ଏହାସହ ସାଧାରଣ ଲୋକଙ୍କୁ ସମ୍ବୋଧନ କରିବା ସମୟରେ କୁମାରସ୍ୱାମୀ କହିଥିଲେ, “ମୁଁ ଭଗବାନ ନୀଳ କଣ୍ଠଙ୍କ ପରି ଜହର ପିଉଛି । ଆପଣାମାନେ ବହୁତ ଖୁସିରେ ଅଛନ୍ତି । କିନ୍ତୁ ମୁଁ ଟିକେ ବି ଖୁସିରେ ନାହିଁ ବୋଲି ସେ କହିଛନ୍ତି । ତେବେ କୃଷକମାନଙ୍କ ଋଣଛାଡ କରିଥିବା ଲାଗି ଏକ ରାଲି ସେଠାରେ ଆୟୋଜନ କରିଥିଲେ ଓ ସେହି ରାଲିରେ ଏପରି ଭାବବିହ୍ୱଳ ହୋଇ କହିଥିଲେ । ତେବେ ମେଣ୍ଟ ସରକାରରେ କଣ ପାଇଁ କୁମାରସ୍ୱାମୀ ଖୁସି ନାହାନ୍ତି ଓ ଦଳରେ କଣ ଅସୁବିଧା ହେଉଛି ସେ ବିଷୟରେ କିଛି କହିନାହାନ୍ତି କୁମାରସ୍ୱାମୀ ।