କର୍ଣ୍ଣାଟକ ପଚାଂୟତ ନିର୍ବାଚନର ଆସିଲା ଫଳାଫଳ : ବର୍ତ୍ତମାନ ସୁଦ୍ଧା କଂଗ୍ରେସ ୮୭୦, ବିଜେପି ୮୧୫ ଓ ଜେଡିଏସ ୩୦୭ ଆସନରେ ବିଜୟ

35

କନକ ବ୍ୟୁରୋ : କର୍ଣ୍ଣାଟକ ପଚାଂୟତ ନିର୍ବାଚନର ଫଳ ଧିରେ ଧିରେ ଆସିବାକୁ ଲାଗିଛି । ରାଜ୍ୟର ମୋଟ ୧୦୫ ପଚାଂୟତରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତେବେ ବର୍ତ୍ତମାନ ସମୟରେ କଂଗ୍ରେସ ଆଗରେ ରହିଥିବା ସୂଚନା ମିଳିଛି । ଏହାସହ ମୋଟ ୨୭୦୯ ୱାର୍ଡ ମଧ୍ୟରୁ ୨୩୩୮ ୱାର୍ଡର ଫଳାଫଳ ସାମନାକୁ ଆସିଛି । ତେବେ କଂଗ୍ରେସ ୮୭୦ ଓ ବିଜେପି ୮୧୫, ଜେଡିଏସ ୩୦୭ଟି ୱାର୍ଡରେ ଜିତିଥିବା ସହ ଅନ୍ୟ ଆସନ ଗୁଡିକ ସ୍ୱାଧୀନ ପାର୍ଥୀ ଜିତିଥିବା ସୂଚନା ମିଳିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଧାନସଭାପରେ କଂଗ୍ରେସ ଓ ଜେଡିଏସ ପରସ୍ପର ବିରୋଧରେ ନିର୍ବାଚନକୁ ଓହ୍ଲାଇଥିଲେ । ତେଣୁ ଏହି ନିର୍ବାଚନ ଉପରେ ସାରା ଦେଶର ନଜର ରହିଥିବା ସମୟରେ ଫଳାଫଳକୁ ନେଇ ମଧ୍ୟ ଆଲୋଚନା ହେଉଥିଲା । ଅଗଷ୍ଟ ୩୧ ତାରିଖରେ କର୍ଣ୍ଣାଟକରେ ପଚାଂୟତ ନିର୍ବାଚନ ହୋଇଥିଲା ।

ରାଜ୍ୟରେ ମୋଟ ୧୦୫ ସହରରେ ନିର୍ବାଚନ ହୋଇଥିଲା । ତେବେ ଏହି ନିର୍ବାଚନ ଲାଗି ମୋଟ ୮୩୪୦ ଅଶାୟୀ ପାର୍ଥୀ ଥିଲେ । ତେବେ କଂଗ୍ରେସର ୨୩୦୬, ବିଜେପିର ୨୨୦୩ ଏବଂ ଜେଡିଏସର ୧୩୯୭ ଜଣ ପାର୍ଥୀ ଥିବା ନେଇ ସୂଚନା ମିଳିଛି । ଏହି ନିର୍ବାଚନରେ ଇଭିଏମର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ସବୁଠାରୁ କୈାତୁହଳ କଥା ହେଲା ଯେ, ଏହି ନିର୍ବାଚନରେ ଲଢିବା ପାଇଁ ଅନେକ ଆଶାୟୀ ଥିଲେ ହେଲେ ସେମାନଙ୍କୁ ଦଳୀୟ ଟିକେଟ ନମିଳିବାରୁ ସେମାନେ ସ୍ୱାଧୀନ ଭାବରେ ଲଢିଥିଲେ । ତେବେ ଯେଉଁମାନେ ସ୍ୱାଧୀନ ଭାବରେ ଲଢି ଜିତିଛନ୍ତି ସେମାନେ ମଧ୍ୟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ୨୦୧୩ ମସିହାରେ ହୋଇଥିବା ପଚାଂୟତ ନିର୍ବାଚନରେ କଂଗ୍ରେସ ୪୯୭୬ ସିଟ୍ ମଧ୍ୟରୁ ୧୯୬୦ ସିଟରେ ଜୟଲାଭ କରିଥିବା ବେଳେ ବିଜେପି ଓ ଜେଡିଏସ ମୋଟ ୯୦୫ ସିଟରେ ବିଜୟ ହୋଇଥିଲେ । ଏହାସହ ୧୨୦୬ ସିଟରେ ନିର୍ଦଳୀୟ ପାର୍ଥୀ ବିଜୟ ହୋଇଥିଲେ ।