ଭାଙ୍ଗିଯିବ କି କର୍ଣ୍ଣାଟକର ମେଣ୍ଟ ସରକାର ? ଶନିବାର ଏକ ସଭାକୁ ସମ୍ବୋଧନ କରି କୁମାରସ୍ୱାମୀ କହିଲେ, ଆଗାମୀ ୩ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ !

33

କନକ ବ୍ୟୁରୋ : ଥମିବାରେ ନା ନେଉ ନାହିଁ କର୍ଣ୍ଣାଟରରେ ରଜନୀତି ବିବାଦ । ବାରମ୍ବାର ସେଠାରେ ଚାଲିଥିବା ମେଣ୍ଟ ସରକାରରେ ସବୁ କିଛି ଠିକ ଚାଲିନଥିବା ବିଭିନ୍ନ ସମୟରେ ନେତାମାନେ କହୁଛନ୍ତି । ତେବେ କେହି କେହି କହୁବାକି ଲାଗିଲେଣି ମେଣ୍ଟ ସରାକର ଭାଙ୍ଗିଯିବାର ମଧ୍ୟ ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ତେବେ ମିଳିଥିବା ସୂଚନା ଅନୁସାରେ ଗତକାଲି ଏକ ସଭାରେ ଭାଷମ ଦେବା ବେଳେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏଚ ଡି କୁମାର ସ୍ୱାମୀ କହିଛନ୍ତି ଯେ, ଆଗାମୀ ସେପ୍ଟମ୍ବର ୩ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେଇ ପାରନ୍ତି । ତେବେ ସେ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆଗାମୀ ୩ ତାରିଖରେ କିଏ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ମୋ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେତେ ଦିନ ଶାସନ କରିଛି ତାହା କିପରି ଭାବରେ ରାଜ୍ୟର ପ୍ରଗତି ପଥରେ ସାମିଲ ହେଉ । ଆଉ ଆଗାମୀ ଦିନରେ ସାରା ରାଜ୍ୟଲାସୀଙ୍କ ପାଇଂ ଅନେକ କାମ କରିବାରେ ମତେ ସୁଯୋଗ ମିଳୁ ।

 

ତେବେ କୁମାରସ୍ୱାମୀଙ୍କ ଭାଷଣର ଗୋଟିଏ ଦିନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ସଦ୍ଧରମେୟା ଏକ ସଭାରେ କହିଥିଲେ ଯେ, ମୁଁ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇ ପାରେ । ଏହାସହ ସେ କହିଥିଲେ ଯେ, ଜନତାଙ୍କ ଆର୍ଶୀବାଦ ପାଇଁ ମୁଁ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇପାରେ । ହୋସହ କେତେକ ନେତା ବିରୋଧୀଙ୍କ ସହ ମିଶି ମତେ ଅଟକାଇବାକୁ ଚେଷ୍ଟା କରୁଛନ୍ତି । ତେବେ ସିଦ୍ଧରମେୟା ଆହୁରି ମଧ୍ୟ କହିଛନ୍ତି ଯେ, ମୋର ବିଶ୍ୱାସ ରହିଥିଲା କି ଲୋକମାନେ ମତେ ପୁଣି ଥରେ ନିର୍ବାଚିତ କରିବେ ହେଲେ ମୋର ଦୁର୍ଭାଗ୍ୟ କାରଣରୁ ଏହା ହୋଇ ପାରିଲା ନାହିଁ । କିନ୍ତୁ ରାଜନୀତିରେ ଜିତିବା ଆଉ ହାରିବା ଲାଗି ରହିଛି । ତାହାଛଡା ଏହା ଶେଷ ନୁହେଁ ବୋଲି ସେ କହିଛନ୍ତି ।
କର୍ଣ୍ଣାଟକ ରାଜନୀତି ସେତେ ବେଳ ସମୟରୁ ହିଁ ଚର୍ଚ୍ଚାରେ ରହିଛି ଯେଉଁ ସମୟରେ କୁମାରସ୍ୱାମୀ କହିଥିଲେ ଯେ, ମୁଁ ମୁଖ୍ୟମନ୍ତ୍ରୀ ପଦରେ ବସି ଜହର ପିଉଛି । ସେବେଠାରୁ ହିଁ ଲୋକମାନେ ସନ୍ଦେହ କରୁଥିଲେ ଯେ, ସରକାରରେ କିଛି ଠିକ ଚାଲୁନାହିଁ । ତେବେ ପରେ ଅବଶ୍ୟ ଏହା ଥମିଯାଇଥିଲା । ତେବେ ପୁଣି ଥରେ ଗତକାଲି କୁମାର ସ୍ୱାମୀଙ୍କ ଏହି ବୟାନ ପରେ ପୁଣି ଥରେ ସେଠାରେ ରାଜନୀତି ଚର୍ଚ୍ଚା ଆରମ୍ଭ ହୋଇଛି ।

 

ତେବେ କର୍ଣ୍ଣାଟକ ଭଳି ବଡ ରାଜ୍ୟରେ କଂଗ୍ରେସ ସହ ଜେଡିଏସ ମେଣ୍ଟ କରି ସରକାରରେ ରହିଛି । ତେବେ ବିଧାନସଭା ନିର୍ବାଚନରେ ବିଜେପି ସର୍ବବୃହତ ଦଳ ହୋଇଥିଲେ ମଧ୍ୟ ସେଠାରେ ସରକାର କରିପାରିନଥିଲା । ତେବେ ମେଣ୍ଟ ସରକାର ଗଠନ ହୋଇ ରାଜ୍ୟରେ ଶାସନ କରୁଥିବା ସତ୍ୱେ ମଧ୍ୟ ନେତାମାନଙ୍କ ବୟାନରୁ ଜଣାପଡୁଛି ଯେ, ସେଠାରେ ସରକାର ସଠି ଭାବରେ ଚାଲୁନାହିଁ ।