ଆଜି କର୍ଣ୍ଣାଟକରେ ଅସ୍ଥା ଭୋଟ୍: ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ କୁମାରସ୍ୱାମୀ ସରକାର

ତିନି ଦିନରେ ସରକାର ଗଢିବାକୁ ଦମ୍ଭ ଦେଖାଇଲେ ୟେଦୁରପ୍ପା

96

କନକ ବ୍ୟୁରୋ: ଆଜି କର୍ଣ୍ଣାଟକ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ କୁମାରସ୍ୱାମୀ ସରକାର । ୧୫ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ମଂଜୁର ହେଲେ କିମ୍ବା ତାଙ୍କୁ ଅଯୋଗ୍ୟ ଘୋଷିତ କରାଗଲେ, କୁମାରସ୍ୱାମୀ ସରକାରଙ୍କୁ ୧୦୪ସଂଖ୍ୟା ସାବ୍ୟସ୍ତ କରିବାକୁ ପଡିବ । ଏବଂ ସରକାରଙ୍କ ନିକଟରେ ୧୦୦ବିଧାୟକଙ୍କ ମସର୍ଥନ ରହିଛି । କିନ୍ତୁ ବିଜେପି ନିକଟରେ ୧୦୫ବିଧାୟକ ଅଛନ୍ତି ଏବଂ ୨ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ବି ରହିଛି । ସେପଟେ ସରକାରଙ୍କ ବିରୋଧରେ ଦାଗି ବିଧାୟକ ଭୋଟ ଦେଲେ ତାଙ୍କ ସଦସ୍ୟତା ରଦ୍ଦ ହେବ ।

ଅନ୍ୟପକ୍ଷରେ ସୁପ୍ରିମ୍‌ କୋର୍ଟ ବାଚସ୍ପତି କେଆର୍‌ ରମେଶ କୁମାରଙ୍କୁ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ସଂପର୍କରେ ନିଷ୍ପତ୍ତି ନେବା ଦାୟିତ୍ବ ଛାଡ଼ି ଦେଇଛନ୍ତି। ବାଚସ୍ପତି ଏଥିପାଇଁ ଯେତେ ସମୟ ନେବା କଥା ନିଅନ୍ତୁ ବୋଲି କୋର୍ଟ କହିଛନ୍ତି। ବିଧାୟକଙ୍କ ସଂପର୍କରେ ବାଚସ୍ପତି ଯେଉଁ ନିଷ୍ପତ୍ତି ନେବେ ତାହାକୁ କୋର୍ଟରେ ଉପସ୍ଥାପନ କରାଯିବାକୁ ମଧ୍ୟ ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି। ଆସ୍ଥା ଭୋଟ୍‌ ସମୟରେ ଦଳୀୟ ହ୍ବିପ୍‌କୁ ଅମାନ୍ୟ କରି ଯଦି ବିଦ୍ରୋହୀ ବିଧାୟକ ଅନୁପସ୍ଥିତ ରହିବେ ତା’ହେଲେ ବାଚସ୍ପତି ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ ନାହିଁ। ଆସ୍ଥା ଭୋଟ୍‌ ପାଇଁ ତାରିଖ ଘୋଷଣାର ବହୁ ପୂର୍ବରୁ ସେମାନେ ବାଚସ୍ପତିଙ୍କୁ ଇସ୍ତଫା ଦେଇଥିବାରୁ ଏ କ୍ଷେତ୍ରରେ ସୁପ୍ରିମ୍‌ କୋର୍ଟଙ୍କ ରାୟ ବିଦ୍ରୋହୀ ବିଧାୟକଙ୍କ ପାଇଁ ଆଶ୍ବସ୍ତି ଆଣି ଦେଇଛି।

ଯଦି ଆଜି କର୍ଣ୍ଣାଟକ ବିଧାନସଭାରେ ଶକ୍ତି ପରୀକ୍ଷା ହୁଏ ତା’ହେଲେ ଗୃହର ମୋଟ ସଦସ୍ୟ ସଂଖ୍ୟା ୨୨୪ରୁ କମି ୨୦୮ରେ ରହିବ। ସଂଖ୍ୟାଗରିଷ୍ଠତା ହାସଲ କରିବା ପାଇଁ ୧୦୫ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେଉଥିବା ବେଳେ କୁମାରସ୍ବାମୀ ସରକାରଙ୍କ ପାଖରେ ୧୦୧ ବିଧାୟକଙ୍କ ସମର୍ଥନ ରହିବ। ଇସ୍ତଫା ଗୃହୀତ ହେଲେ କଂଗ୍ରେସର ବିଧାୟକ ସଂଖ୍ୟା ୭୯ରୁ କମି ୬୬କୁ ଆସିବ ଏବଂ ଜେଡିଏସ୍ ବିଧାୟକଙ୍କ ସଂଖ୍ୟା ୩୭ରୁ ଖସି ୩୪ରେ ପହଞ୍ଚିବ। ଏଭଳି ସ୍ଥିତିରେ ବିଜେପିକୁ ଯଥେଷ୍ଟ ଫାଇଦା ମିଳିବ। ବିଜେପି ପାଖରେ ଏବେ ନିଜର ୧୦୫ ବିଧାୟକ ଥିବା ବେଳେ ଦୁଇ ଜଣ ସ୍ବାଧୀନ ବିଧାୟକଙ୍କ ସମର୍ଥନ ମଧ୍ୟ ରହିଛି। ଯଦି ବାଚସ୍ପତି ବିଧାୟକଙ୍କ ଇସ୍ତଫା ମଂଜୁର କରିବେ ନାହିଁ ଏବଂ ବିଦ୍ରୋହୀ ବିଧାୟକମାନେ ଗୃହରେ ଉପସ୍ଥିତ ରହି ସରକାରଙ୍କ ସପକ୍ଷରେ ଭୋଟ୍ ଦେବେ ତା’ହେଲେ ସେଭଳି ସ୍ଥିତିରେ ହିଁ ସରକାର ତିଷ୍ଠି ରହିବ।