କର୍ଣ୍ଣାଟକ ରାଜନୀତିରେ ନାଟକୀୟ ମୋଡ: ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିରୁଦ୍ଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସରକାର

ଆଜି ଦିନ ସାଢେ ଗୋଟାଏ ସୁଦ୍ଧା ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ କୁମାରସ୍ୱାମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟପାଳ

249

କନକ ବ୍ୟୁରୋ: କର୍ଣ୍ଣାଟକ ରାଜନୀତିରେ ନାଟକୀୟ ମୋଡ । ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କର୍ଣ୍ଣାଟକ ସରକାର । ରାଜ୍ୟପାଳ ଜାଣିଶୁଣି ବାଚସ୍ପତିଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବା ସହ ଏକ ଦଳୀୟ ଏଜେଂଟ ଭଳି କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ଓ ଜେଡିଏସ । ଆଜି ଦିନ ସାଢେ ଗୋଟାଏ ସୁଦ୍ଧା ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ କୁମାରସ୍ୱାମୀଙ୍କୁ ରାଜ୍ୟପାଳ ନିର୍ଦେଶ ଦେଇଥିଲେ ।

ପତ୍ରରେ ରାଜ୍ୟପାଳ ଲେଖିଛନ୍ତି, ଯାହା ଜଣାପଡୁଛି କୁମାରସ୍ୱାମୀ ସରକାର ଗୃହର ଆସ୍ଥା ହରାଇଛନ୍ତି । କାରଣ, କଂଗ୍ରେସ ଓ ଜେଡିଏସ୍ର ୧୫ ଜଣ ବିଧାୟକ ଇସ୍ତଫା ଦେଇଥିବା ବେଳେ ୨ ଜଣ ସ୍ୱାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି । ୧୭ ଜଣ ବିଧାୟକ ବାହାରିବା ପରେ ମେଂଟ ସରକାର ପାଖରେ ଆଉ ସ୍ପଷ୍ଟ ବହୁମତ ନାହିଁ । ସରକାର ତିଷ୍ଠିବାକୁ ହେଲେ ଗୃହର ଆସ୍ଥା ଦରକାର ।

ତେଣୁ ବିଳମ୍ବ ନକରି କୁମାରସ୍ୱାୀ ଆସ୍ଥାଭୋଟର ସମ୍ମୁଖୀନ ହୁଅନ୍ତୁ । ଅନ୍ୟପଟେ ଗୃହରେ ଜାରି ରହିଛି ଆଲୋଚନା । ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଆଜି ପୁଣି ନିଜର ଅଭିଭାଷଣ ରଖିଛନ୍ତି । ତେବେ କୁମାରସ୍ୱାମୀଙ୍କ ଏହି ଅଭିଭାଷଣଙ୍କୁ ଶେଷ ଅଭିଭାଷଣ ବୋଲି କହି କଟାକ୍ଷ କରିଛନ୍ତି ବିଜେପି ନେତା ବିଏସ ୟେଦୁରପ୍ପା ।