ଆଉ କାମ ଦେଉନି ଟଙ୍କା ! କର୍ଣ୍ଣାଟକରେ ସରକାର ଗଢ଼ିବାକୁ ବିଜେପିକୁ ମଠ ଭରସା

45

କର୍ଣ୍ଣାଟକରେ ସରକାର ଗଢ଼ିବା ପାଇଁ ପ୍ରମୂଖ ଦଳ ମାନେ ରଣକୌଶଳ କରିବାକୁ ଲାଗିଛନ୍ତି । ହେଲେ କର୍ଣ୍ଣାଟକର ପ୍ରକୃତ କିଙ୍ଗ କିଏ ହେବ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ଏବେ ବି ଛକାପଞ୍ଝା ଲାଗିରହିଛି । ଗତକାଲି ନିର୍ବାଚନ ଫଳାଫଳ ପରେ ୧୦୪ ଆସନରେ ଆଗୁଆଥିବା ବିଜେପି ସରକାର ଗଢ଼ିବା ନେଇ ଆଶାକୁ କଂଗ୍ରେସ ଓ ଜେଡିଏସର ମେଣ୍ଟ ନିଷ୍ପତି ଧୁଳିସାତ କରିଥିଲା । ତା ପ’ରଠାରୁ କର୍ଣ୍ଣାଟକ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ୟେଦୁରପ୍ପା ଓ ବିଜେପିର ହେଭିୱେଟ ନେତାମାନେ ସରକାର ଗଢ଼ିବା ନେଇ ଗଣମାଧ୍ୟମରେ ଦୃଢ଼ୋକ୍ତି କରିଛନ୍ତି ।

karnatak exit poll

ହେଲେ ବିଜେପି ହାତରେ ୧୦୪ ସଖ୍ୟା ଲାଗିଛି । ଏପରିକି ମ୍ୟାଜିକ ନମ୍ବର ଛୁଇଁବାରେ ବିଫଳ ହୋଇଥିବା ବିଜେପି କର୍ଣ୍ଣାଟକରେ ସରକାର ଗଢ଼ିବା ନେଇ କହିଁକି ଦୃଢ଼ୋକ୍ତି କରୁଛି ବୋଲି ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ନିଶ୍ଚୟ । ତେବେ ଆପଣଙ୍କ ମନରେ ଉଠୁଥିବା ପ୍ରଶ୍ନକୁ ଆମ୍ଭେ ଟିକେ ସରଳଭାବେ ବୁଝାଇ ଦେଉଛୁ, କେମିତି ବିଜେପି କର୍ଣ୍ଣାଟକରେ ସରକାର ଗଢ଼ିପାରେ ଏବଂ କିଏ ପ୍ରକୃତରେ ବିଜେପି ର ଶେଷ ଅସ୍ତ୍ର ହେବ ।

ବିଜେପି କୁ କାହିଁକି ମଠ ଭରସା?

ସୂଚନା ମୁତାବକ କର୍ଣ୍ଣାଟକରେ ବିଜେପି, କଂଗ୍ରେସ ଦଳର ଲିଙ୍ଗାୟତ ସମ୍ପ୍ରଦାୟ ବିଧାୟକ ମାନଙ୍କୁ ନିଜ ଦଳକୁ ଆଣିବା ପାଇଁ ଟାର୍ଗେଟ କରିଛି । କାରଣ ଦକ୍ଷିଣ ଭାରତରେ ଅଧିକାଂଶ ଲୋକ ଲିଙ୍ଗାୟତ ସମ୍ପ୍ରଦାୟ ବା ସନାତନ ଧର୍ମାବଲମ୍ବୀ । ଏହି ସନାତନ ସମ୍ପ୍ରଦାୟ ଲୋକମାନେ ସଦାସର୍ବଦା ମଠ ମନ୍ଦିର ସଂଘ ସହିତ ଜଡିତ । ସନାତନ ଧର୍ମାବଲମ୍ବୀ ଲୋକ ମଠ, ମନ୍ଦିର ଊପରେ ଅସ୍ଥା ପ୍ରକଟ କରନ୍ତି । ତେଣୁ କଂଗ୍ରେସର ବିଜୟୀ ହୋଇଥିବା ୭୮ ବିଧାୟକ ମଧ୍ୟରୁ ପାଖାପାଖି ୭ ରୁ ୮ ଜଣ ବିଧାୟକ ଲିଙ୍ଗାୟତ ସମ୍ପ୍ରଦାୟର ଲୋକ । ୧୦୪ ଆସନକୁ ଅକ୍ତିଆର କରିଥିବା ଥିବା ବିଜେପି ସେମାନଙ୍କୁ ଆଣି କର୍ଣ୍ଣାଟକରେ ନିଜର ଦବଦବା କରିବ । ଏହା ସମ୍ଭବ ମଧ୍ୟ ହୋଇପାରେ ଯାହାର ଅନ୍ୟ ଏକ କାରଣ ହେଉଛି ଯେ, କର୍ଣ୍ଣାଟକରେ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି.ଏସ ୟେଦୁରପ୍ପା ଲିଙ୍ଗାୟତ ସମ୍ପ୍ରଦାୟର ପ୍ରମୂଖ ବ୍ୟକ୍ତି । ୧୯୭୨ ମସିହାରେ ୟେଦୁରପ୍ପା କର୍ଣ୍ଣାଟକର ସବୁଠାରୁ ପ୍ରଭାବଶାଳୀ ଶିକାରୀପୁରା ଲିଙ୍ଗାୟତ ସମ୍ପ୍ରଦାୟର ଜନସଂଘ ସଭାପତି ଭାବେ କାର୍ଯ୍ୟ ତୁଲାଇ ଆସିଛନ୍ତି । ତେଣୁ କଂଗ୍ରେସ ଦଳରେ ଥିବା ଲିଙ୍ଗାୟତ ସମ୍ପ୍ରଦାୟ ବିଧାୟକମାନଙ୍କୁ ଦଳରେ ସାମିଲ କରାଇ ସରକାର ଗଢ଼ିବା ପାଇଁ ବିଜେପି ଲିଙ୍ଗାୟତ କାର୍ଡ ଖେଳିବାକୁ ଲାଗିଛି ବୋଲି ଚର୍ଚ୍ଚା ଜୋର ଧରିଛି ।