ଡାକ୍ତରଙ୍କୁ ଠକିଲେ ଟୋଲଗେଟ୍ କର୍ମଚାରୀ ! ୪୦ଟଙ୍କା ବଦଳରେ କାର୍ଡ ସ୍ୱାଇପରେ ନେଲେ ୪ଲକ୍ଷ

169

ଟୋଲଗେଟ କର୍ମଚାରୀ ୪୦ ଟଙ୍କା ପରିବର୍ତ୍ତେ ଡାକ୍ତରଙ୍କ ଠାରୁ ୪ ଲକ୍ଷ ନେଲେ । ଏପରିି ଘଟଣା ଘଟିଛି ମାଙ୍ଗାଲୁରୁର ଉଡୁପି ନିକଟସ୍ଥ କୋଚି-ମୁମ୍ବାଇ ଜାତୀୟ ରାଜପଥରେ । ଏପରି ଏକ ଅଭାବନୀୟ ଘଟଣାର ଶିିକାର ହୋଇଛନ୍ତିି ମହୀଶୂରର ଜଣେ ଡାକ୍ତର । ସେ କୌଣସି କାମ ଯୋଗୁଁ ତାଙ୍କ କାରରେ ମୁମ୍ବାଇ ଯାଉଥିଲେ ।

ସମୟ ରାତି ପ୍ରାୟ ୧୦ .୩୦ ଥିଲା । ସେଠାରେ ଏକ ଟେଲଗେଟ ପଡିଥିଲା । ସେଠାରେ ଥିବା ଜଣେ ଟୋଲଗେଟ କର୍ମଚାରୀ ଜଣକ ଡାକ୍ତରକୁ ୪୦ ଟଙ୍କା ମାଗିଥିଲେ । ତାଙ୍କ ପାଖରେ କ୍ୟାସ ନଥିବାରୁ ସେ ଟୋଲଗେଟରେ ତାଙ୍କ ଡେବିଟ କାର୍ଡ ଦେଇଥିଲେ । କିନ୍ତୁ ଟୋଲଗେଟ କର୍ମଚାରୀ ଜଣକ ୪୦ ଟଙ୍କା ବଦଳରେ ୪ ଲକ୍ଷ ଟଙ୍କା ସ୍ୱାଇପ କରିଥିଲେ ।

କାର୍ଡ ସ୍ୱାଇପ କରି କର୍ମଚାରୀ ଜଣକ ଡାକ୍ତରଙ୍କୁ ପିଓଏସ ରସିଦ ଦେଇଥିଲେ । କିଛି ସମୟ ପରେ ଯେତେବେଳେ ଡାକ୍ତର ରାଓଙ୍କ ପାଖକୁ ମେସେଜ ଆସିଲା କି ତାଙ୍କ ଆକାଉଂଟରୁ ୪ ଲକ୍ଷ ଟଙ୍କା କଟଛି ସେ ବ୍ୟସ୍ତ ହୋଇ ପଡିଲେ । ସଙ୍ଗେ ସଙ୍ଗେ ସେ ଏନେଇ ଡାକ୍ତର ଟୋଲଗେଟ କର୍ମଚାରୀଙ୍କୁ ଅବଗତ କରାଇଥିଲେ ।

କିନ୍ତୁ ଏକଥାକୁ ମାନି ନଥିଲେ ଟୋଲ ଗେଟ କର୍ମଚାରୀ ଜଣକ । ପ୍ରାୟ ୨ ଘଂଟାର ଯୁକ୍ତତର୍କ ପରେ ମଧ୍ୟ ଡାକ୍ତର ତାଙ୍କର ଟଙ୍କା ପାଇଲେନି । ଅନ୍ୟ ଉପାୟ ନପାଇ ଡାକ୍ତର ଜଣକ ଟୋଲ ଗେଟ ଠାରୁ ୫ କିମି ଆଗକୁ ଯାଇ ଏକ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିିଲେ ।

ତା’ପରେ ସେଠାରୁ ଜଣେ ହେଡ କନେଷ୍ଟବଳଙ୍କ ସହିତ ଟୋଲ ଗେଟକୁ ଫେରିଥିଲେ ଡାକ୍ତର ଜଣକ । ବହୁତ ବାକବିତଣ୍ଡା ପରେ ପରିଶେଷରେ ଟୋଲଗେଟ କର୍ମଚାରୀ ଜଣକ ତାଙ୍କ ଭୁଲ ମାନିଥିଲେ । ଏବଂ ସେହି ଘଟଣାକୁ ସେହିଠାରେ ଶେଷ କରିବା ପାଇଁ ଡାକ୍ତରଙ୍କୁ ଚେକ ପ୍ରଦାନ କରିବା ପାଇଁ କହିଥଲେ ।

କିନ୍ତୁ ଡାକ୍ତର ଜଣକ ଚେକ ନେବା ପାଇଁ ସଫାସଫା ମନାକରିଦେଲେ ଏବଂ କେବଳ କ୍ୟାସ ନେବେ ବୋଲି ଦାବି କରିଥିଲେ । ଶେଷରେ ଟୋଲଗେଟ କର୍ମଚାରୀ ଜଣକ ତାଙ୍କର ଉପର କର୍ମଚାରୀଙ୍କ ସହ କଥା ହୋଇ ଡାକ୍ତରଙ୍କୁ ୩ ଲକ୍ଷ ୯୯ ହଜାର ୯୬୦ ଟଙ୍କା ଫେରସ୍ତ କରିଥିଲେ ।

ଏହାସହ ମଧ୍ୟ ପଢନ୍ତୁ – ଆକାଶରୁ ବର୍ଷା ମଣିଷର କଟା ହାତ ଓ ପାଦ ! ଲୋକେ ଦେଖି ଭୟଭୀତ