କର୍ଣ୍ଣାଟକର ପଲଟିକାଲ ଡ୍ରାମା: ବିଧାୟକଙ୍କୁ ଟଙ୍କା ଯାଚି ବିଜେପି କିଣିବାକୁ ଉଦ୍ୟମ କରୁଥିବା ଅଭିଯୋଗ ଆଣିଲେ କୁମାରସ୍ୱାମୀ

ସାମ୍ବାଦିକ ସମ୍ମିଳନୀରେ ଜାରି କଲେ ଅଡିଓ ଟେପ, ପ୍ରମାଣିତ ହେଲେ ପଦବୀ ଛାଡିବି କହିଲେ ୟେଦିୟୁରପ୍ପା

115

କନକ ବ୍ୟୁରୋ: କର୍ଣ୍ଣାଟକ ରାଜନୀତିରେ ଝଡ । ବିଜେପି ଅର୍ଥ ଲୋଭ ଦେଖାଇ ମେଂଟ ସରକାରକୁ ଅସ୍ଥିରତା ଉଦ୍ୟମ କରୁଥିବା ଅଭିଯୋଗର ପ୍ରମାଣ ରଖିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ ଡି କୁମାର ସ୍ୱାମୀ । ବିଜେପି ପ୍ରଦେଶ ମୁଖ୍ୟ ବିଏସ ୟେଦିୟୁରପ୍ପା ଜେଡିଏସ ବିଧାୟକ ନଗନଗୌଡା କାଣ୍ଡକୁରଙ୍କ ପୁଅ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଏକ ଅଡିଓ କ୍ଲିପ ଜାରି କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ।

ଅଡିଓ କ୍ଲିପରେ ବିଧାୟକଙ୍କ ପାଇଁ ୟେଦିୟୁରପ୍ପା ଜେଡିଏସ ବିଧାୟକଙ୍କୁ ମନ୍ତ୍ରୀପଦ ସହ ୨୫ଲକ୍ଷ ଟଙ୍କା ଅଫର ଦେଉଥିବା ଶୁଣିବାକୁ ମିଳିଛି । ଯାହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି କୁମାରସ୍ୱାମୀ । କୁମାରସ୍ୱାମୀ କହିଛନ୍ତି ଯେ ଗଣତନ୍ତ୍ର ବିରୋଧୀ କାମ କରି ବିଧାୟକଙ୍କୁ ପ୍ରଲୋଭନ ଦେଉଛି ବିଜେପି । ତେଣୁ ସମସ୍ତ ବିରୋଧୀ ଏକାଠି ହୋଇ ସଂସଦରେ ବିଜେପିର ମୁଖା ଖୋଲିବା ପାଇଁ ଅପିଲ କରିଛନ୍ତି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ପ୍ରଦେଶ ବିଜେପି ମୁଖ୍ୟ ବିଏସ ୟେଦିରୁପ୍ପା । ସେ ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କ ନାଁରେ ଜାଲି ଅଡିଓ କ୍ଲିପ ଜାରି ହୋଇଛି ବୋଲି କହିଛନ୍ତି ।