କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଆଜି: ଅପରାହ୍ନ ୨ଟାରେ ଶପଥ ଗ୍ରହଣ ଉତ୍ସବ, ଜେଡିଏସର ୮ରୁ ୯ ବିଧାୟକ ମନ୍ତ୍ରୀ ଭାବେ ନେବେ ଶପଥ

31

କନକ ବ୍ୟୁରୋ: ଆଜି କର୍ଣାଟକରେ କୁମାରସ୍ୱାମୀ କ୍ୟାବିନେଟର ପ୍ରଥମ ସଂପ୍ରସାରଣ । ଅପରାହ୍ନ ୨ଟାରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ଉତ୍ସବ । କର୍ଣ୍ଣାଟକ ରାଜ ଭବନରେ ପଦ ଓ ଗୋପନୀୟତାର ଶପଥ ନେବେ କୁମାରସ୍ୱାମୀ ସରକାରଙ୍କ ମନ୍ତ୍ରୀମାନେ । ରାଜ୍ୟପାଲ ବଜୁଭାଇ ବାଲା ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇବେ । କଂଗ୍ରେସ ଓ ଜେଡିଏସ ମଧ୍ୟରେ ପଦବୀ ଭାଗବଂଟା ବିବାଦ ତୁଟିବା ପରେ କୁମାରସ୍ୱାମୀ ଦୁଇ ସଦସ୍ୟ ବିଶିଷ୍ଟ କ୍ୟାବିନେଟର ସଂପ୍ରସାରଣ କରୁଛନ୍ତି ।

ଆଜି ଜେଡିଏସର ୯ ବିଧାୟକ ଓ କଂଗ୍ରେସର ୧୭ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । କଂଗ୍ରେସ ଜେଡିଏସର ମେଂଟ ସରକାରରେ କଂଗ୍ରେସରୁ ମୋଟ ୨୨ଜଣ ଓ ଜେଡିଏସରୁ ୧୨ଜଣଙ୍କୁ ମନ୍ତ୍ରୀ ପଦ ମିଳିବାକୁ ସହମତି ହୋଇଛି । ପରବର୍ତି ପର୍ଯ୍ୟାୟରେ ଅନ୍ୟ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ମିଳିବ ବୋଲି ଜଣାପଡିଛି । ମେଂଟ ବୁଝମାଣା ଅନୁସାରେ କଂଗ୍ରେସକୁ ଗୃହ, ସ୍ୱାସ୍ଥ୍୍ୟ, ରାଜସ୍ୱ ଓ କୃଷି ଭଳି ବିଭାଗ ମିଳିବ । ସେହିପରି ଜେଡିଏସ ଅର୍ଥ , ଅବକାରୀ ପିଡବ୍ଲୁଡି ଭଳି ବିଭାଗ ନିଜ ପାଖରେ ରଖିବ ବୋଲି ସୂଚନା ମିଳିଛି ।