କର୍ଣ୍ଣାଟକ ରାଜନୀତିରେ ହଲଚଲ । ଉପନିର୍ବାଚନ ତାରିଖ ଘୋଷଣା ହେଲା, ବିଧାୟକଙ୍କ ସହ ବୈଠକ ପରେ ଶାହାଙ୍କୁ ଭେଟିବା ଲାଗି ଦିଲ୍ଲୀ ଗସ୍ତରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

242

କନକ ବ୍ୟୁରୋ : କର୍ଣ୍ଣାଟକ ରାଜନୀତିରେ ହଲଚଲ । ରାତି ଅଧରେ ଦିଲ୍ଲୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା । ଆଜି ସକାଳେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଭେଟିବାର ରହିଛି କାର୍ଯ୍ୟକ୍ରମ । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ରାଜନୀତି ପ୍ରଗତି ସମ୍ପର୍କରେ ସେ ଶାହାଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । କେବଳ ଏତିକି ନୁହେଁ ଆଉ କିଛି ବିଷୟରେ ବି ଆଲୋଚନା ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି । ତେବେ କେଉଁ ବିଷୟରେ ଶାହାଙ୍କ ସହ ୟେଦୁରପ୍ପା ଆଲୋଚନା କରିବେ ତାହାକୁ ନେଇ ଚାଲିଛି ଚର୍ଚ୍ଚା ।

ରାତି ଅଧିରେ ଦିଲ୍ଲୀରେ ପହଞ୍ଚିଲେ
ଅମିତ ଶାହାଙ୍କୁ ଭେଟିବେ
ରାଜନୀତିର କେଉଁ ପ୍ରଗତି ସମ୍ପର୍କରେ କରିବେ ଆଲୋଚନା

source :google

ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗେ ତାଙ୍କର ୨ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଦିଲ୍ଲୀ ଗସ୍ତରେ ଅଛନ୍ତି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଗାମୀ ଦିନରେ ହେବାକୁ ଥିବା ୧୪ ସିଟର ଉପନିର୍ବାଚନରେ ଦଳ କିପରି ମୈଦାନକୁ ଓହ୍ଲାଇବ ତାହାକୁ ନେଇ ଦିଲ୍ଲୀରେ ହେବ ବ୍ଲୁ ପ୍ରିଣ୍ଟ । ୧୪ ଆସନରେ ହେବାକୁ ଥିବା ଉପନିର୍ବାଚନ ଗୁରୁତ୍ୱପୂର୍ଣ୍ଣ । କାରଣ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ହୋଇନଥିବା ବେଳେ ତତ୍କାଳୀନ ବାଚସ୍ପତି ରମେଶ କୁମାର କଂଗ୍ରେସର ୧୪ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ । ଆଉ ଏହାରି ମଧ୍ୟରେ ନିର୍ବାଚନ କମିଶନ ନିର୍ବାଚନ ନେଇ ତାରିଖ ମଧ୍ୟ ଘୋଷଣା କରିସାରିଛନ୍ତି । ଏହାପରେ ୧୪ ଆସନରେ ହେବାକୁ ଥିବା ନିର୍ବାଚନର ଦଳର ସିଟ ବଢାଇବା ଆଶାରେ ୟେଦୁରପ୍ପା । ନିଜ ଦଳର ସମସ୍ତ ବିଧାୟକଙ୍କ ସହ ବୈଠକ କରିବା ପରେ ଶାହାଙ୍କୁ ଭେଟିବାକୁ ଦିଲ୍ଲୀ ଗସ୍ତ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ନୂଆ ସରକାର ଆସିବା ପରେ ଯେମିତି ହେଲେ ବି ଉପନିର୍ବାଚନରେ ଅଧିକାଂଶ ସିଟ ହାତେଇବା ଲକ୍ଷ୍ୟରେ ୟେଦୁରପ୍ପା । ଯେହେତୁ ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଛି ତେଣୁ ଏବେଠାରୁ ପୂରାଦମରେ ଲାଗିପଡିଛନ୍ତି ୟେଦୁରପ୍ପା ।