ସରକାରୀ ଶିକ୍ଷକଙ୍କ ପାଇଁ କଡ଼ା ନିୟମ : ଡ୍ୟୁଟି ସମୟରେ ବ୍ୟବହାର କରିପାରିବେ ନାହିଁ ମୋବାଇଲ ଫୋନ୍

90

ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାର ଅନେକ ବ୍ୟବସ୍ଥା ଲାଗୁ କରୁଛନ୍ତି । ସରକାରୀ ସ୍କୁଲରେ ଧୀରେ ଧୀରେ ଶିକ୍ଷାର ମାନ ହ୍ରାସ ହେଉଛି ବୋଲି ବିଭିନ୍ନ ଅଭିଯୋଗ ହେଉଛି । ଶିକ୍ଷକ ଓ ଶିକ୍ଷା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । କିନ୍ତୁ ବର୍ତ୍ତମାନ ସମୟରେ ଶିକ୍ଷା ଓ ଶିକ୍ଷକଙ୍କ ମଧ୍ୟରେ ତାଳମେଳ ରହୁନାହିଁ । ଶିକ୍ଷା ଓ ଶିକ୍ଷକ ଯେପରି ବିପରୀତ ଦିଗକୁ ଯାଉଛନ୍ତି ସେପରି ପ୍ରତୀୟମାନ ରହୁଛି । ବର୍ତ୍ତମାନ ଶିକ୍ଷାକୁ ଡିଗ୍ରି ସହ ତୁଳନା କରାଯାଉଛି । ତେବେ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଶିକ୍ଷାନୀତିରେ ପରିବର୍ତ୍ତନ କରୁଛନ୍ତି । ତଥାପି ସେପରି କିଛି ଆଖିଦୃଶିଆ ଫଳ ଦେଖିବା ପାଇଁ ମିଳୁନାହିଁ ।

ତେଣୁ ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ଏକ ନୂଆ ନିୟମ ଆଣିଛନ୍ତି କର୍ଣ୍ଣାଟକ ସରକାର । ସରକାରୀ ସ୍କୁଲରେ ପାଠ ପଢ଼େଇବା ସମୟରେ ମୋବାଇଲ ଶିକ୍ଷକଙ୍କ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସର୍କୁଲାର ଜାରି କରାଯାଇଛି । ଶିକ୍ଷକମାନେ ମୋବାଇଲ ଫୋନର ବହୁଳ ବ୍ୟବହାର କଥା ଉଠିବା ପରେ ଏହି ନିୟମ ଆସିଛନ୍ତି କର୍ଣ୍ଣାଟକ ସରକାର । ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହାର ଦାହିତ୍ୱ ନେବେ । ସହକାରୀ ଶିକ୍ଷକମାନେ ପାଠପଢ଼ା ସମୟରେ ମୋବାଇଲ ବ୍ୟବହାର ନକରିବେ ସେଥିପ୍ରତି ଧ୍ୟାନ ଦେବେ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ।

ସ୍କୁଲରେ ଆଦର୍ଶ ବାତାବରଣ ବଜାୟ ରଖିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଚଳିତ ମାସର ପହିଲାରୁ ଏକ ସର୍କୁଲାର ଜାରି ହୋଇଛି । ସର୍କୁଲାରରେ କୁହାଯାଇଛି ସ୍କୁଲର ପ୍ରଧାନଶିକ୍ଷକ, ଅନ୍ୟ ସହକାରୀ ଶିକ୍ଷକଙ୍କ ମୋବାଇଲ ବ୍ୟବହାର ଉପରେ ନଜର ରଖିବେ । ସର୍କୁଲାର ଅନୁସାରେ ଯେଉଁ ଶିକ୍ଷକ ନିୟମର ପାଳନ ନରକନ୍ତି ଓ ପାଠପଢ଼ା ସମୟରେ ମୋବାଇଲ ବ୍ୟବହାର କରୁଥିବାର ଦେଖାଯିବ ତାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀଙ୍କ ଚେତାବନୀ ଦେବା ସତ୍ୱେ ଯଦି ସ୍କୁଲରେ ମୋବାଇଲ ଫୋନ ବ୍ୟାନ ନହୁଏ ତେବେ ସେଥିପାଇଁ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀ ହିଁ ଦାୟୀ ରହିବେ । ଆଶା କରାଯାଉଛି ଏହି ସର୍କୁଲାର ଜାରି କରିବା ଦ୍ୱାରା ଶିକ୍ଷା ବ୍ୟସ୍ତାରେ କିଛି ନା କିଛି ସୁଧାର ଆସିବ ।