କର୍ଣ୍ଣାଟକରେ ସଂକଟରେ କଂଗ୍ରେସ: ହୋଟେଲରେ ବିଧାୟକ ବିଧାୟକ ମଧ୍ୟରେ ପିଟାପିଟି, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଦଳ କହିଲା ଗୋଡ ଖସିଯିବାରୁ ଲାଗିଛି ଆଘାତ

141

କନକ ବ୍ୟୁରୋ: କର୍ଣ୍ଣାଟକରେ କଂଗ୍ରେସ ସଙ୍କଟ ବଢିବାରେ ଲାଗିଛି । ଦଳର ୪ ଜଣ ଅସନ୍ତୁଷ୍ଟ ବିଧାୟକଙ୍କୁ ନେଇ ଏହି ପରିସ୍ଥିତି ସୃଷ୍ଟି ହୋଇଛି । ଏହା ପରେ ଅନ୍ୟ ବିଧାୟକଙ୍କୁ ବେଙ୍ଗାଲୁରୁର ଏକ ହୋଟେଲରେ ରଖାଯାଇଛି । ହୋଟେଲରେ ଦୁଇ ବିଧାୟକଙ୍କ ମଧ୍ୟରେ ମାରପିଟ ହୋଇଛି । ବିଧାୟକ ଜେ.ଏନ.ଗଣେଶଙ୍କ ଆକ୍ରମଣରେ ଅନ୍ୟ ଜଣେ ବିଧାୟକ ଆନନ୍ଦ ସିଂହ ଆହତ ହୋଇଛନ୍ତି ।

 

ଖବର ଅନୁସାରେ, ଗଣେଶ ଓ ଆନନ୍ଦଙ୍କ ମଧ୍ୟରେ ଗତକାଲି ତୀବ୍ର କଥା କଟାକଟି ହୋଇଥିଲା । ଗଣେଶ ଆନନ୍ଦଙ୍କ ମୁଣ୍ଡରେ ଏକ ବୋତଲ ପିଟି ଦେବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗଣେଶ ଅନ୍ୟ ୪ ଜଣ ଅସନ୍ତୁଷ୍ଟ ବିଧାୟକଙ୍କ ସହ ସଂପର୍କରେ ଥିଲେ ଓ ଏହାକୁ ଆନନ୍ଦ ଏବଂ କିଛି ବିଧାୟକ ବିରୋଧ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । କର୍ଣ୍ଣାଟକରେ କଂଗ୍ରେସ ସହ ମେଂଟ କରି ଜେଡିଏସ ସରକାର ଚଳାଉଛି । କୁମାରସ୍ୱାମୀ ସରକାରକୁ ସମର୍ଥନ ଦେଉଛି କଂଗ୍ରେସ ।

Comments are closed.