କର୍ଣ୍ଣାଟକରେ ସରଗରମ ନିର୍ବାଚନୀ ମାହୋଲ ! ମୋଦି ଓ କେନ୍ଦ୍ର ସରକାରଙ୍କୁ ଘେରିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ

40

କନକ ବ୍ୟୁରୋ : କର୍ଣ୍ଣାଟକ ନିର୍ବାଚନରେ ବାଜି ଲାଗିଛି ବିଜେପି ଓ କଂଗ୍ରେସର ସମ୍ମାନ । ଗଡ ଜିତିବା ପାଇଁ ଉଭୟ ଫୁଲ୍ ଦମ ଲଗାଇ ଦେଇଛନ୍ତି । ତେବେ ଗୁରୁବାର ଦିନ କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଯୋଗୀ ଆଦିତ୍ୟନାଥଙ୍କ ଆକ୍ରମଣ ପରେ ଟ୍ୱିଟରରେ ଏହାର ଜବାବ ରଖିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା । କର୍ଣ୍ଣାଟକ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ମାହୋଲ ସେତିକି ସରଗରମ ହେଉଛି । ନିର୍ବାଚନୀ ମଇଦାରେ ଉଭୟ ବିଜେପି ଓ କଂଗ୍ରେସ ଆରୋପ ପ୍ରତ୍ୟାରୋପ ରାଜନୀତି କରୁଥିବାର ଦେଖିବାକୁ ମିଳୁଛି । ଏବେ ବିଜେପିର ଆକ୍ରମଣର ଜବାବ ରଖିଛି କଂଗ୍ରେସ । ଆଉ ଏହାକୁ ନେଇ ଉଭୟ ଦଳ ଭିତରେ ଆରମ୍ଭ ହୋଇଛି ଟ୍ୱିଟର ୱାର ।

ଆସନ୍ତୁ ଜାଣିବା କଲବୁର୍ଗୀ ଓ ବିଲ୍ଲୋରୀରେ ଜନସାଧାରଣଙ୍କୁ ବିଜେପି ସପକ୍ଷରେ ଭୋଟ୍ ଦେବା ପାଇଁ କଣ କହିଥିଲେ ମୋଦି । ଏବଂ ଏହାର କ’ଣ ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ।

ଏହାକୁ କାଉଂଟର କରି ସିଦ୍ଧରମୟା ଲେଖିଛନ୍ତି ଯେ, ଖଣି ମାଫିଆ ଜି. ଜନାର୍ଦ୍ଦନ ରେଡ୍ଡିଙ୍କ ଭାଇ ଜି.ସୋମଶେଖର ରେଡ୍ଡିଙ୍କ ପାଇଁ ମୋଦି ଭୋଟ୍ ମାଗୁଛନ୍ତି । ଯିଏକି ବିଲ୍ଲୋରୀର ନାଁ ବଦନାମ କରିଛନ୍ତି ଆଉ ମୋଦି କେଉଁ ଦୃଷ୍ଟିରୁ କହୁଛନ୍ତି ଯେ କଂଗ୍ରେସ ବିଲ୍ଲୋରୀକୁ ଅପମାନ କରିଛି । ମୋଦି ଏହାର ଜବାବ ରଖନ୍ତୁ ବୋଲି ସିଦ୍ଧରମୟା ଟ୍ୱିଟ୍ କରିଛନ୍ତି ।

ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଗରୁବାର ଦିନ କର୍ଣ୍ଣାଟକ ନିର୍ବାଚନୀ ସଭା କରି କଂଗ୍ରେସକୁ ଟାର୍ଗେଟ କରିଥିଲେ । ଏହାକୁ ମଧ୍ୟ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ।

ଉତ୍ତରପ୍ରଦେଶରେ ଝଡ ତୋଫାନରେ ୬୪ଜଣଙ୍କର ଜୀବନ ଚାଲିଗଲା । ମୁଁ ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛି । ତେବେ ମୁଁ ଏଥିପାଇଁ ଦୁଃଖିତ ଯେ, ଉତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଆବଶ୍ୟକତା କର୍ଣ୍ଣାଟକରେ ଅଛି । ମୁଁ ଆଶା କରୁଛି ସେ ଶୀଘ୍ର ରାଜ୍ୟକୁ ଫେରି ନିଜ କାମରେ ଯୋଗଦେବେ ବୋଲି ସିଦ୍ଧରମୟା ଟ୍ୱିଟ କରିଛନ୍ତି ।

ଏପରିକି ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି ଦେବେ ଗୌଡାକୁ କଂଗ୍ରେସ ଅସମ୍ମାନ କରିଛି ବୋଲି ଅଭିଯୋଗ ଆଣିଥିଲେ । ଏଥିରେ ବି ଟ୍ୱିଟ କରି ଜବାବ ରଖିଛନ୍ତି ସିଦ୍ଧରମୟା ।

ଏହି ପ୍ରସଙ୍ଗରେ ବି ସିଦ୍ଧରମମୟା ଟ୍ୱିଟ କରିଛନ୍ତି ଲେଖିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି ଦେବେ ଗୋଡାଙ୍କୁ ସମ୍ମାନ ଜଣାଇବା ନେଇ ଆପଣ ଉପଦେଶ ଦେଉଛନ୍ତି । କିନ୍ତୁ ଆମେ ସମସ୍ତେ ଜାଣୁ ଯେ ଆପଣ କିପରି ଆପଣଙ୍କ ମେଂଟର ଏଲ୍.କେ ଆଡଭାନୀଙ୍କୁ ସମ୍ମାନ ଦେଇଥିଲେ ଏବଂ ୨୦୧୪ରେ ଦେବେ ଗୋଡାଙ୍କ ପ୍ରତି କିପରି ଭଦ୍ର ଥିଲେ ।

ସିଦ୍ଧରମୟାଙ୍କ ପୂର୍ବରୁ କର୍ଣ୍ଣାଟକ ରାଲିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ । ନିର୍ବାଚନ ଯେତିକି ପାଖେଇ ଆସୁଛି ଉଭୟ ଦଳର ନେତାଙ୍କୁ ସେତିକି ଆକ୍ରମଣାତ୍ମକ ମୁଦ୍ରାରେ ଦେଖିବାକୁ ମିଳୁଛି ।