ସତରେ କଣ ଭାଙ୍ଗିଯିବ କର୍ଣ୍ଣାଟକ ସରକାର ? କାହିଁକି ଚାଲିଛି ଏପରି ଚର୍ଚ୍ଚା ।

75

କନକ ବ୍ୟୁରୋ: କର୍ଣ୍ଣାଟକରେ କଂଗ୍ରେସର ସମର୍ଥନରେ ଜେଡିଏସର ସଭାପତି ଏଚଡି କୁମାର ସ୍ୱାମୀ ମୁଖ୍ୟମନ୍ତ୍ରୀ ହେଲେ । କିନ୍ତୁ ସରକାର ଗଠନ ହେଲାପରେ ସେଠାରେ କିଛି ଠିକ ଚାଲୁନାହିଁ ବୋଲି ଏକ ଖବର ମିଳିଛି ଯାହାକୁ ନେଇ ରାଜନୀତି ମଧ୍ୟ ଜୋରଧରିଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ କୁମାର ସ୍ୱାମୀ କହିଥିଲେ ଯେ, କଂଗ୍ରେସ କୃପାରୁ ମୁଁ ମୁଖ୍ୟମନ୍ତ୍ରୀ ହୋଇଛି । ଯେହେତୁ ଆମଦଳର ସଂଖ୍ୟା ଗରିଷ୍ଠତା ନଥିଲା ତେଣୁ ଆମେ ସେମାନଙ୍କ ସାହାଯ୍ୟରେ ସରକାର ହୋଇଥିଲା । ତେଣୁ ଆମେ ସେମମାଙ୍କ ନିଟକରେ କୃତଜ୍ଞ । ସବୁଠାରୁ ଆଶ୍ଚଯ୍ୟର କଥା ହେଲା ବର୍ତମାନ ସମୟରେ କୁମାର ସ୍ୱାମୀ ନିଜର ମନ୍ତବ୍ୟ ବଦଳାଇ କହିଛନ୍ତି କି ଆମେ କାହା ଦୟାର ପାତ୍ର ନୁହେଁ । ଏହି ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ବର୍ତ୍ତମାନ ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସେ ଭିଡିଓରେ ଦେଖାଯାଇଛି କି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଏକ ବୈଠକ କରୁଛନ୍ତି । ସେଠାରେ ସେ କହିଛନ୍ତି ଯେ , ଏ ସରକାର ଯେତେବେଳେ ରାଜ୍ୟର ବଜେଟ କରିବ ସେତେବେଳେ ପ୍ରଥମେ ରାହୁଲ ଗାନ୍ଧିଙ୍କ ପାଖକୁ ଯିବେ । ତାଙ୍କର ପରାମର୍ଶର୍ପରେ ରାଜ୍ୟ ବିଧାନସଭାରେ ବଜେଟ ଅଧିବେଶନ ହେବ ବୋଲି ସିଦ୍ଧରମେୟା କହିଛନ୍ତି । ଏହି ଭିଡିଓକୁ ଦେଖିଲା ପରେ ମୁଖ୍ୟମନ୍ତ୍ରୀ ଆମେ କାହାର ଦୟାର ପାତ୍ର ନୁହେଁ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିରୋଧୀ ଦଳ ନେତାଙ୍କୁ କାହିଁକି ଏପରି ଲାଗୁଛି ଆମେ ଜାଣିଣୁ । କିନ୍ତୁ ଆମେ ଯାହା ଆଗରୁ ବଜେଟ ହେବାପାଇଁ ସ୍ଥିର କରାଯାଇଥିଲା ତାହା ହିଁ ହେବ । ଏଥିରେ କୈାଣସି ପ୍ରକାରର ବି ପରିବର୍ତନ କରାଯିବ ନାହିଁ ।

ଅମିତ ଶାହାଙ୍କୁ ଭେଟିଲେ ୟେଦୁରୁପା

ଗୋଟିଏ ପଟେ ସିଦ୍ଧରମେୟା ଓ କୁମାରସ୍ୱାମୀଙ୍କ ଭିତରେ ରାଜନୈତିକ ବୟାନବାଜି ଚାଲିଥିବା ବେଳେ ୟେଦ୍ଦୁରୁପା ବିଜେପି ରାଷ୍ଟ୍ରୀୟ ସଭାପତିଙ୍କୁ ସାକ୍ଷାତ କରିଛନ୍ତି । ଗୁଜୁରାଟର ଅହମ୍ମଦାବଠାରେ ଶାହାଙ୍କୁ ଭେଟିଛନ୍ତି ସେ । ସେ ଏବେବି ରାଜ୍ୟରେ ସରକାର ଗଠନ କରିବାକୁ ଚେଷ୍ଟା କରୁଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ କିପରି ଭାବରେ ଦଳ ଭଲ ପ୍ରଦର୍ଶନ କରିବ ତାହା ଉପରେ ମଧ୍ୟ ଚର୍ଚ୍ଚା ହୋଇଥିବା ମଧ୍ୟ ଜଣାପଡିଛି । ଏପଟେ ମୁଖ୍ୟମନ୍ତ୍ରୀ କୁମାର ସ୍ୱାମୀ କହିଛନ୍ତି ଯେ, ଆମେ ୨୦୧୮ ବିଧାନସଭା ନିର୍ବାଚନରେ ଲୋକମାନଙ୍କୁ ପୂର୍ଣ୍ଣ ବହୁମତ ମାଗିଥିଲୁ କିନ୍ତୁ ତାହା ମିଳିଲା ନାହିଁ । ତଥାପି ମୋର ବିଶ୍ୱାସ କି ଆଗାମୀ ନିର୍ବାଚନରେ ଆମକୁ ସାଧାରଣ ଜନତାଙ୍କ ସମର୍ଥନ ମିଳିବ ।

ଏହାସହ ଜନତା ଆମକୁ ଯେଉଁ କାମ କରିବାଲାଗି ଶାସନ ଗାଦିରେ ବସାଇଛନ୍ତି । ତାହା ଆମର ଲକ୍ଷ ଓ ଏହାକୁ ସଫଳତାର ସହ ସମାପ୍ତ କିପରି ହେବ ତାହା ମୋ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।