ବ୍ରେକ ଅପ ପରେ ପୁଣି ଏକାଠି ହେଲେ କରିଶ୍ମା ତନ୍ନା ଓ ଉପେନ ପଟେଲ !

46

‘ବିଗ ବସ୍’ର ପୂର୍ବତନ ପ୍ରତିଯୋଗୀ ତଥା ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ କରିଶ୍ମା ତନ୍ନା ଓ ଉପେନ ପଟେଲଙ୍କ ଯୋଡି ‘ବିଗ ବସ ସିଜିନ ୮’ରୁ ଆରମ୍ଭ ହୋଇଥିଲା । କିନ୍ତୁ ‘ବିଗ ବସ୍’ ଘରୁ ବାହାରକୁ ଆସିବା ପରେ ଉଭୟଙ୍କ ସମ୍ପର୍କ ବେଶ କିଛି ଦିନ ଭଲରେ ଚାଲିଥିଲେ ମଧ୍ୟ ପରେ ବ୍ରେକ ଅପ ହୋଇ ଯାଇଥିଲା ।

କିନ୍ତୁ ଲାଗୁଛି ଏବେ ପୁଣି ଥରେ ଉଭୟେ ପାଖାପାଖି ଆସୁଛନ୍ତି । ଖବର ଅନୁସାରେ କିଛି ଦିନ ତଳେ ଉଭୟଙ୍କୁ ଏକ ରେଷ୍ଟୁରାଣ୍ଟରୁ ଏକାଠି ବାହରକୁ ବାହାରିବାର ଦେଖା ଯାଇଥିଲା । କିନ୍ତୁ ବାହାରକୁ ଆସିବାପରେ ଉଭୟେ ଅଲଗା ଅଲଗା ହୋଇ ନିଜ ନିଜ କାରରେ ବସି ଚାଲି ଯାଇଥଲେ । ତେବେ ଉଭୟଙ୍କ ସଂମ୍ପର୍କର ସତ କ’ଣ ସେକଥା ସେମାନେ ହିଁ ଭଲରେ ଜଣାଇପାରିବେ ।