କାରଗିଲ୍ ଯୁଦ୍ଧର ହିରୋ ଏୟାର୍ ମାର୍ସଲ୍ ଆର୍ . ନାମ୍ବିୟାର ହେଲେ ପଶ୍ଚିମ ଏୟାର୍ କମାଣ୍ଡର ମୁଖ୍ୟ ! ୫୧୦୦ ଘଣ୍ଟା ବିମାନ ଉଡାଇବାର ରହିଛି ଅନୁଭବ 

290

କାରଗିଲ୍ ଯୁଦ୍ଧର ହିରୋ ଏବଂ ବର୍ତ୍ତମାନ ସମୟରେ ପୂର୍ବ ଏୟାର୍ କମାଣ୍ଡ ମୁଖ୍ୟ ଏୟାର୍ ମାର୍ଶାଲ୍ ଆର୍ . ନାମ୍ବିୟାରଙ୍କୁ ଭାରତ ସରକାରଙ୍କ ତରଫରୁ ୱେଷ୍ଟର୍ଣ୍ଣ ଏୟାର୍ କମାଣ୍ଡର ମୁଖ୍ୟ ଭାବେ ପଦସ୍ତ କରାଯାଇଛି । ପଶ୍ଚିମ ଏୟାର୍ କମାଣ୍ଡ ଭାବେ ରାଜସ୍ତାନ,ପଞ୍ଜାବ ଏବଂ ସମ୍ପୁର୍ଣ୍ଣ ଜମ୍ମୁ-କାଶ୍ମୀର କ୍ଷେତ୍ର ଆସିଥାଏ । ଏହି କ୍ଷେତ୍ରରେ ଭାରତୀୟ ଏୟାର୍ ବେସ୍ ର ୪୦ ପ୍ରତିଶତ ଅଂଶ ଆସିଥାଏ । ଏୟାର୍ ମାର୍ସଲ୍ ଆର୍ . ନାମ୍ବିୟାର କାରଗିଲ୍ ଯୁଦ୍ଧ ସମୟରେ ପାକିସ୍ତାନର ୫ ଟି ଲେଜର୍ ଗାଇଡେଡ୍ ବମ୍ କୁ ନିଜ ଲଢୁଆ ବିମାନରେ ମାରି ଗଡାଇଥିଲେ ।

ଏୟାର୍ ମାର୍ସଲ୍ ଆର୍ . ନାମ୍ବିୟାରଙ୍କ ନାମରେ ସବୁଠାରୁ ଅଧିକ ଘଣ୍ଟା ଫାଇଟର୍ ଜେଟ୍ ମିରାଜ୍ – ୨୦୦୦ ଉଡାଇବାର ରେକର୍ଡ ରହିଛି । ନାମ୍ବିୟାରଙ୍କ ପାଖରେ ମୋଟ ୫୧୦୦ ଘଣ୍ଟା ବିମାନ ଉଡାଇବାର ଅନୁଭବ ରହିଛି ଏବଂ ଲଢୁଆ ବିମାନ ଉଡାଇବାରେ ୨୩୦୦ ଘଣ୍ଟାର ରହିଛି । ନାମ୍ବିୟାରଙ୍କ ସୋସାଇଟି ଅଫ୍ ଏକ୍ସପେରିମେଣ୍ଟାଲ୍ ପାଇଲଟ୍ ଟେଷ୍ଟ୍ ର ମଧ୍ୟ ସଦସ୍ୟ ରହି ସାରିଛନ୍ତି । ସେ ହାଲୁକା ଲଢୁଆ ବିମାନ ତେଜସ୍ ର ପାଇଲଟ୍ ପ୍ରୋଜେକ୍ଟର ମଧ୍ୟ ସଦସ୍ୟ ରହି ସାରିଛନ୍ତି । କାରଗିଲ୍ ଯୁଦ୍ଧ ସମୟରେ ମିରାଜ୍ -୨୦୦୦ କୁ ବି ସେ ଉଡାଇ ସାରିଛନ୍ତିି । ଏହାସହ ୨୫ ଅପରେସନାଲ୍ ମିଶନକୁ ମଧ୍ୟ ସମ୍ପୁର୍ଣ୍ଣ କରିଛନ୍ତି । ଏୟାର୍ ମାର୍ସଲ୍ ଆର୍ . ନାମ୍ବିୟାରଙ୍କୁ କାରଗିଲ୍ ଯୁଦ୍ଧ ସମୟରେ ଉଚ୍ଚକୋଟିର ପ୍ରଦର୍ଶନ ପାଇଁ ରାଷ୍ଟ୍ରପତୀଙ୍କ ଠାରୁ ବାୟୁସେନା ମେଡାଲ୍ ବି ପ୍ରାପ୍ତ ହୋଇଛି ।