ବିଚାରକ ହେବେ ନାହିଁ ବେବୋ ! ଜାଣନ୍ତୁ ମନାକରିବା ପଛରେ କାରଣ କ’ଣ ?

50

ଅନେକ ଲୋକ ଜଜ ହେବାକୁ ପସନ୍ଦ କରିଥାନ୍ତି । କିନ୍ତୁ ନିକଟରେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କରୀନା କପୁର ଜଜ ହେବାକୁ କରଣ ଜୋହରଙ୍କୁ ମନାକରିଦେଇଛନ୍ତି ।

କରୀନାକୁ ‘ଇଣ୍ଡିଆଜ ନେକସଟ ସୁପରଷ୍ଟାର’ ନାମକ ଏକ ରିଆଲିଟି ସୋରେ, ଜଜ ହେବା ପାଇଁ କରୀନାଙ୍କୁ ପ୍ରସ୍ତାବ ଦେଇଥିଲେ । କରଣ ଭାବିଥିଲେ, କରୀନା, ତାଙ୍କୁ ମନା କରିବେ ନାହିଁ । ହେଲେ, ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିବା ତ ଦୂରର ଥାଉ, ଆଦୌ ବିଚାରକୁ ନ ନେଇ, ସିଧାସଳଖ ମନା କରିଦେଇଛନ୍ତି କରୀନା ।

କରୀନାଙ୍କ କହିବା କଥା, ପୁଅ ଏବେ ଛୋଟ । ତା’କଥା ବୁଝିବାକୁ ପଡୁଛି । ହଜାରେ ଧନ୍ଦାରେ ମୁଣ୍ଡ ଭର୍ତ୍ତିକରିବା ପାଇଁ ତାଙ୍କ ପାଖରେ ସମୟ ନାହିଁ । ତେଣୁ, ଗୋଟିଏ କାମ କରିବେ । ଫିଲ୍ମରେ ଅଭିନୟ କରୁଛନ୍ତି । ସେତିକି ତାଙ୍କ ପାଇଁ ଯଥେଷ୍ଟ । ଟଙ୍କା-ପଇସା ପାଇଁ ଚାରିଆଡେ ଯାଇପାରିବ ନାହିଁ ବୋଲି କରୀନା ସିଧା ସଳଖ କହିଥିଲେ ।