ସୋନମଙ୍କୁ ଭାଉଜ କରିବାକୁ ଚାହାଁନ୍ତି କରୀନା ଓ କରିଶ୍ମା ! ‘କଫି ୱିଥ୍ କରନ’ରେ ହେଲା ଖୁଲାସା

68

ଅଭିନେତ୍ରୀ ସୋନମ୍ କପୁର୍ ନିଜ ଆଫେୟାର୍ ପାଇଁ ଚର୍ଚ୍ଚାରେ ଥିବା ବେଳେ ଏବେ ତାଙ୍କ ବିବାହକୁ ନେଇ ଏକ ନୂଆ ଟ୍ୱିଷ୍ଟ୍ ସାମ୍ନାକୁ ଆସିଛି । କାରଣ କରିଶ୍ମା କପୁର ଭାଇ ରଣବୀରଙ୍କ ସହ ସୋନମଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ଏହି କଥାର ଖୁଲାସା ନିଜେ କରୀନା କପୁର କରିବା ସହ ସେ ମଧ୍ୟ ସୋନମଙ୍କୁ ଭାଉଜ ରୂପରେ ଦେଖିବାକୁ ଚାହାଁନ୍ତି ବୋଲି କହିଛନ୍ତି ।

କରନ ଜୋହରଙ୍କ ଲୋକପ୍ରିୟ ଟକ୍ ସୋ’ ‘କଫି ୱିଥ୍ କରନ’ରେ ଏହି କଥା ସାମ୍ନାକୁ ଆସିଛି । ତେବେ ସୋ’ରେ ଉପସ୍ଥିତ ଥିବା ସୋନମ୍ କରୀନାଙ୍କ ଏହି କଥାକୁ ହସି ହସି ଏଡାଇବା ସହ କହିଥିଲେ ସେ ରଣବୀରଙ୍କୁ ଖୁସିରେ ରଖି ପାରିବେ ନାହିଁ । ତେଣୁ ସେ ତାଙ୍କୁ ବିବାହ କରିପାରିବେ ନାହିଁ । କିନ୍ତୁ ସାରା ଜୀବନ ତାଙ୍କର ଜଣେ ଭଲ ସାଙ୍ଗ ହୋଇ ରହି ପାରିବେ ।

ଉଭୟ ରଣବୀର୍ ଓ ସୋନମ୍ ସଂଜୟ ଲୀଲା ଭନସାଲୀଙ୍କ ସିନେମା ‘ସାୱରିୟା’ ରୁ କ୍ୟାରିୟର୍ ଆରମ୍ଭ କରିଥିଲେ । ତେବେ ସିନେମା ଅପେକ୍ଷା ଉଭୟଙ୍କ ପ୍ରେମ ବେଶ୍ ଚର୍ଚ୍ଚାରେ ଥିଲା ।