କରୀନା କପୁରଙ୍କ ‘ଗୀତ୍’ ଚରିତ୍ର ପ୍ରେରିତ କରିଥିଲା ଅନୁଷ୍କାଙ୍କୁ !

44

ବଲିଉଡ୍ ଫିଲ୍ମ ଅଭିନେତ୍ରୀ ଅନୁଷ୍କା ଶର୍ମା କହିଛନ୍ତି ତାଙ୍କୁ ଫିଲ୍ମ ଲାଇନରେ ଆସିବାକୁ ପ୍ରେରିତ କରିଥିଲା କରୀନାଙ୍କ ଚରିତ୍ର । ଇମତିଆଜ ଅଲୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ଜବ ୱି ମେଟ୍ ’ରେ କରୀନା କପୁର ଖାନ କରିଥିବା ଚରିତ୍ର ଗୀତ୍ ,ତାଙ୍କୁ ବହୁତ ମାତ୍ରାରେ ଅନୁପ୍ରାଣିତ କରିଥିଲା ।

ଅନୁଷ୍କା କହିଛନ୍ତି ଇମିତିଆଜ୍ ଅଲୀଙ୍କ ‘ଜବ୍ ହାରି ମେଟ୍ ସେଜଲ’ର ବିଷୟ ତାଙ୍କୁ ବହୁତ ପସନ୍ଦ ଆସିଥିଲା । ସେ ତୁରନ୍ତ ଏ ଫିଲ୍ମରେ କାମ କରିବାକୁ ହଁ କରିଥିଲେ । ‘ଜବ୍ ହାରି ମେଟ୍ ସେଜଲ’ର ଟ୍ରେଲର ଲଂଚ୍ ଅବସରରେ ସେ କହିଛନ୍ତି , ‘ମୁଁ ଅନେକ ଦିନ ଧରି ଇମିତିଆଜଙ୍କ ସହ କାମ କରିବାକୁ ଅପେକ୍ଷା କରିଥିଲି । ମୋର ମନେ ଅଛି ବିକାନେରରେ ମୋର ମାତା-ପିତାଙ୍କ ସହ ମୁଁ ‘ଜବ୍ ୱି ମେଟ୍ ’ ଦେଖିଥିଲି ଏବଂ ମୋତେ ଏହା ଏକ ଭଲ ଲାଗିଥିଲା । ଏହି ଫିଲ୍ମରେ କରୀନା କପୁର ଖାନଙ୍କ ‘ଗୀତ’ ଚରିତ୍ର ଦେଖି ମୁଁ ଖୁବ୍ ପ୍ରେରିତ ହୋଇଥିଲି । ଆଉ ଫିଲ୍ମରେ କାମ କରିବାକୁ ସ୍ଥିର କରିଥିଲି ’ ।