କରୀନା କପୁରଙ୍କ ଫ୍ୟାନମାନଙ୍କ ପାଇଁ ଖୁସି ଖବର । କାରଣ ପୁଣି ଥରେ ବେବୋଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଆଉ ଖୁବ୍ ଶୀଘ୍ର କରୀନା ତାଙ୍କ ଆଗାମୀ ସିନେମା ‘ବୀର ଦ ୱେଡିଙ୍ଗ’ର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି ।

ତେବେ ଏହି ସିନେମାଟିରେ କରୀନାଙ୍କ ସହ ସୋନମ କପୁର,ସ୍ୱରା ଭାଷ୍କର ଓ ଶିଖା ତଲସାନିୟା ନଜର ଆସୁଛନ୍ତି । ଆସନ୍ତା ମେଁ ମାସରେ ଏହି ସିନେମାର ସୁଟିଂ ଆରମ୍ଭ କରାଯିବ ବୋଲି ଶୁଣିବାକୁ ମିଳିଛି ।