ଗର୍ଭଧାରଣ ଯୋଗୁଁ ଫିଲ୍ମ ଛାଡିଲେ କରୀନା

70

କିଛିଦିନ ତଳେ କରୀନା ଗର୍ଭବତୀ ଥିବା ନେଇ ଖୁବ୍ ଚର୍ଚ୍ଚା ଥିଲା । ସ୍ୱାମୀ ସୈଫ୍ ବି ଫ୍ୟାନ ମାନଙ୍କୁ କହିଥିଲେ ତାଙ୍କ ଘରକୁ ନୂଆ ଅତିଥି ଆସୁଛି। ଖବର ମିଳିଥିଲା ଯେ ଆସନ୍ତା ମାସରେ କରୀନା ଏକ ନୂଆ ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ହେଲେ ଗର୍ଭବତୀ ଥିବା କାରଣରୁ କରୀନା ଅନେକ ଫିଲ୍ମ ଅଫର ଛାଡୁଛନ୍ତି ।

kareena pregnancy

ଗର୍ଭବତୀ ଥିବା କାରଣରୁ କରୀନା ନୂଆ ଫିଲ୍ମ ସାଇନ୍ କରିପାରୁନାହାଁନ୍ତି । ଏଥି ମଧ୍ୟରୁ ଏକ ଫିଲ୍ମ ହେଉଛି ରାଜସ୍ଥାନର ରାଜକୁମାରୀ ରାଣୀ ରତ୍ନାବତୀଙ୍କ ଉପରେ ଆଧାରିତ । ଯାହାକୁ କରୀନା କରିବାକୁ ମନାକରିଦେଇଛନ୍ତି । ଖବର ମିଳିଛି ଏହି ଫିଲ୍ମରେ କରୀନାଙ୍କ ବଦଳରେ ସୋନାକ୍ଷୀଙ୍କୁ ଅଫର ମିଳିଛି ।

kareena

ଖାଲି ଏତିକି ନୁହେଁ ବେବୋ ଓରଫ୍ କରୀନାଙ୍କୁ ନିକଟରେ ରୀତୁ ଦାସ ଗୁପ୍ତାଙ୍କ ଥ୍ରୀଲର ଫିଲ୍ମ ଏବଂ ରୋହିତ ସେଠୀଙ୍କ ‘ଗୋଳମାଳ -୪’ କୁ ବି ଛାଡିବାକୁ ପଡିଛି । କଥା ଏୟା ଯେ କରୀନା ଚାହାନ୍ତି ନାହିଁ ପ୍ରଡ୍ୟୁସର ତାଙ୍କୁ ୨୦୧୭ ଯାଏ ଅପେକ୍ଷା କରନ୍ତୁ । ଏବେ କରୀନାଙ୍କ ଗର୍ଭଧାରଣର ଚାରିମାସ ଚାଲିଛି । ଏଣୁ ଏହି ସମୟରେ ସେ କୈାଣସି ପ୍ରକାର ଷ୍ଟ୍ରେସ୍ ନେବାକୁ ଚାହୁଁନାହାଁନ୍ତି । ମାଆ ହେବା ପାଇଁ କରୀନା ନିଜର ଖାଇବା ପିଇବା ଓ ସ୍ୱାସ୍ଥ୍ୟର ପୂରା କେୟାର ନେଉଛନ୍ତି । ଏବେ ଫିଲ୍ମ ନୁହେଁ ମାଆ ହେବା ପାଇଁ ପୂରା ପ୍ରସ୍ତୁତିରେ ଲାଗି ପଡିଛନ୍ତି ବଲିଉଡ ବିଉଟି କରୀନା ।