ମା’ କରୀନାଙ୍କ ଠାରୁ ମଧ୍ୟ ଅଧିକ ଟଙ୍କାର ପୋଷାକ ପିନ୍ଧନ୍ତି ପୁଅ ତୈମୁର !

43

ବଲିଉଡ଼ ବେବୋ ଏବେ ପୁଅ ତୈମୁରଙ୍କୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି । ଏହାସହ ପୁଣି ଥରେ ସିନେ ଦୁନିଆକୁ ଫେରିବା ପାଇଁ ନିଜକୁ ଫିଟ୍ ମଧ୍ୟ କରୁଛନ୍ତି କରୀନା । କାରୀନା ଏବେ ସବୁବେଳେ ପୁଅ ତୈମୁରଙ୍କ ସହ ନଜର ଆସୁଛନ୍ତି । ଏବେ ତୈମୁର ତାଙ୍କର ଫଟୋ ତଥା ସୁନ୍ଦରିଆ ଚେହେରା ପାଇଁ ଚର୍ଚ୍ଚାରେ । ତୈମୁରଙ୍କ ଯେବେ ବି କୌଣସି ଫଟୋ ଆସୁଛି, ତାହା ସଙ୍ଗେ ସଙ୍ଗେ ଭାଇରାଲ ହୋଇଯାଉଛି । ତୈମୁରଙ୍କ ଗୁଲୁଗୁଲିଆ ଚେହେରା ସାଙ୍ଗକୁ ତାଙ୍କ ଡ୍ରେସିଂ ଷ୍ଟାଇଲ ବିଲକୁଲ ଦେଖିବା ଯୋଗ୍ୟ ।

ଏବେ ପର୍ଯ୍ୟନ୍ତ ତୈମୁରଙ୍କ ଯେତେ ବି ଫଟୋ ଆସିଛି ସେ ସବୁବେଳ ଅଲଗା ଅଲଗା ଲୁକରେ ନଜର ଆସିଛନ୍ତି । ନିକଟରେ ତୈମୁର ପାଇଜାମା ଓ କୁର୍ତ୍ତାରେ ନଜର ଆସିଛନ୍ତି । ତୈମୁର ଏହି ନିଆରା ଅନ୍ଦାଜରେ ବହୁତ ସୁନ୍ଦର ଲାଗୁଛନ୍ତିି । କରୀନା ତୈମୁରଙ୍କ ପୋଷାକ ଓ ଯୋତା ଉପରେ ବିଶେଷ ଧ୍ୟାନ ଦିଅନ୍ତି । ତୈମୁରଙ୍କ ପାଇଁ କେବଳ ବ୍ରାଣ୍ଡେଡ଼ ପୋଷାକ ହିଁ କିଣନ୍ତିି । ତୈମୁର ଏବେ ମାତ୍ର ୫ ମାସର ହୋଇଛନ୍ତି, କିନ୍ତୁ ତାଙ୍କ ପୋଷାକ କରୀନାଙ୍କ ଠାରୁ ମଧ୍ୟ ମହଙ୍ଗା ।
                                                     ସୌଜନ୍ୟ- ଅମରଉଜାଲା