କରୀନାଙ୍କ କମାଲ ! ପ୍ରଥମ ଭାରତୀୟ ଭାବେ ୟୁକେ ମାଗାଜିନରେ ସ୍ଥାନ ପାଇଲେ ବେବୋ

32

ପ୍ରଥମ ଭାରତୀୟ ଭାବେ ଏକ ଫେମସ୍ ୟୁକେ ମ୍ୟାଗାଜିନରେ ସ୍ଥାନ ପାଇଛନ୍ତି କରୀନା କପୁର ଖାନ୍ । ଏନେଇ ଫଟୋ ସୁଟ୍ କରିବା ପାଇଁ ସେ ଲଣ୍ଡନ୍ ଯାଇଥିବା ଜଣାପଡିଛି । ସେ ଏକ ବ୍ରାଇଡାଲ୍ ମାଗାଜିନ ପାଇଁ ଏହି ଫଟୋ ସୁଟ୍ କରିଛନ୍ତି । ଏହି ଫଟୋ ସୁଟର ଥିମ୍ ଥିଲା ରୟାଲ୍ ୱେଡିଙ୍ଗ୍ । କରୀନା ଏଥିପାଇଁ ଉପଯୁକ୍ତ ବୋଲି କହିଛନ୍ତି ମାଗାଜିନର ଜଣେ ସଦସ୍ୟ । ଏହି ଫଟୋ ସୁଟରେ କରୀନା କପୁରଙ୍କ ଷ୍ଟାଇଲକୁ ଡିଜାଇନ୍ କରିଥିଲେ ପାକିସ୍ତାନୀ ଡିଜାଇନର୍ ଫରାଜ୍ ମନାନ୍ ।