ଡିଜାଇନର୍ ଡ୍ରେସରେ ରାମ୍ପକୁ ଓହ୍ଲାଇଲେ କରୀନା କପୁର ଖାନ୍ ! ଫ୍ୟାସନ ସୋ’ରେ ସାଜିଲେ ଆକର୍ଷଣର କେନ୍ଦ୍ରବିନ୍ଦୁ

53

ବଲିଉଡ୍ ବେଗମ୍ କରୀନା କପୁର୍ ଖାନ୍ ଗର୍ଜିଅସ୍ ଅବତାର ନିକଟରେ ଦେଖିବାକୁ ମିଳିଥିଲା ନିକଟରେ ହୋଇଥିବା ଏକ ଫ୍ୟାସନ୍ ସୋ’ରେ । ସିଙ୍ଗାପୁରରେ ଆୟୋଜିତ ଏହି ଫ୍ୟାଶନ୍ ସୋରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ଅଭିନେତ୍ରୀ କରୀନା । ତେବେ କେବଳ କରୀନା ନୁହଁନ୍ତି ଏହି ଅବସରରେ ଅଭିନେତା କାର୍ତିକ୍ ଆର୍ୟନ ମଧ୍ୟ ନଜର ଆସିଥିଲେ ରାମ୍ପରେ ।

ଫ୍ୟାସନ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ପର୍ଲ କଲେକ୍ସନ୍ ଡିଜାଇନ୍ ପିନ୍ଧି ରାମ୍ପକୁ ଓହ୍ଲାଇଥିଲେ ବଲିଉଡ୍ ବେଗମ୍ । ଏକ ଇଣ୍ଡୋ–ୱେଷ୍ଟର୍ଣ୍ଣ କଷ୍ଟ୍ୟୁମରେ କରୀନାଙ୍କ ଗେଟ୍ ଅଫ୍ ଥିଲା ବେଶ ଆକର୍ଷକ । ତେବେ ବେଗମ୍ କରୀନାଙ୍କ ସହ ମନୀଷଙ୍କ ଏହି ଫ୍ୟାସନ୍ ଶୋରେ ନଜର ଆସିଥିଲେ ଆଉ ଜଣେ ବଲିଉଡ୍ ଅଭିନେତା । ସେ ହେଲେ ପ୍ୟାର୍ କା ପଂଚନାମା ଫେମ୍ କାର୍ତିକ୍ ଆର୍ୟନ୍ । କାର୍ତିକ ଏହି ଅବସରରେ ଏକ ଶେରୱାନି ପିନ୍ଧୀ କରୀନାଙ୍କ ସହ ରାମ୍ପରେ ନଜର ଆସିଥିଲେ ।

ତେବେ କରୀନାଙ୍କ ସହ ପ୍ରଥମ ଥର ରାମ୍ପରେ ଚାଲିବାର ସୁଯୋଗ ମିଳିଥିବା କାର୍ତିକ୍ ବେଶ ନର୍ଭସ ଥିବା ମଧ୍ୟ କହିଥିଲେ । ଉଭୟ ଷ୍ଟାର୍ ମନୀଷ ମଲହୋତ୍ରାଙ୍କ କଲେକ୍ସନ୍ ପିନ୍ଧି ରାମ୍ପରେ ଦେଖାଇଥିଲେ ନିଜ ଜଲୱା । ତେବେ ଏମାନଙ୍କ ବ୍ୟତୀତ ଏହି ଫ୍ୟାଶନ୍ ଶୋରେ ନୁହଁ ମାତ୍ର ଅଭିନେତ୍ରୀ ଅମ୍ରିତା ଅରୋରାଙ୍କ ବି ଗର୍ଜିଅସ ଅନ୍ଦାଜ ଏହି ସଂଧ୍ୟାରେ ଦେଖିବାକୁ ମିଳିଥିଲା । ଅମ୍ରିତା ବି ମନୀଷଙ୍କ ଡିଜାଇନ୍ ଡ୍ରେସ୍ ପିନ୍ଧି ନିଜର କିଛି ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ । ସିଙ୍ଗାପୁରରେ ଏହି ଫ୍ୟାଶନ୍ ଶୋର ଆୟୋଜନ କରାଯାଇଥିଲା ।