ସାରା ଅଲ୍ଲୀ ଖାନଙ୍କୁ ଅଭିନୟ ଶିଖାଉଛନ୍ତି ସାବତ ମା’ କରୀନା କପୁର

108

ଛୋଟେ ନବାବ ସୈଫ ଅଲ୍ଲୀ ଖାନ ଓ ତାଙ୍କର ପ୍ରଥମ ପତ୍ନୀ ଅମ୍ରିତା ସିଂଙ୍କ ଝିଅ ସାରା ଅଲ୍ଲୀ ଖାନ ଅନ୍ୟ ଷ୍ଟାର କିଡଙ୍କ ପରି ଏବର୍ଷ ବଲିଉଡରେ ଡେବ୍ୟୁ କରିପାରନ୍ତି । ବଲିଉଡରେ ଅଭିନୟ ଆରମ୍ଭ କରିବା ପୂର୍ବରୁ ସାରା ଜଣେ ଖାସ ବ୍ୟକ୍ତିଙ୍କ ଠାରୁ ଟ୍ରେନିଂ ନେଉଛନ୍ତି ବୋଲି ଖବର ମିଳିଛି । ତେବେ ସେ ବ୍ୟକ୍ତି ଜଣକ ଆଉ କେହି ନୁହଁନ୍ତି ତାଙ୍କର ସାବତ ମା’ କରୀନା କପୁର । ସୂଚନା ଅନୁସାରେ ସାବତ ମା’ କରୀନା କପୁର ଝିଅ ସାରାକୁ ବଲିଉଡରେ ଡେବ୍ୟୁ କରାଇବା ପାଇଁ ପ୍ରସ୍ତୁତ କରାଉଛନ୍ତି ।

07ଏହାସହ ସେ ସାରାଙ୍କୁ ଅଭିନୟ ମଧ୍ୟ ଶିଖାଉଛନ୍ତି । କରୀନା ଓ ସାରାଙ୍କ ସଂପର୍କ ପ୍ରଥମରୁ ହିଁ ଭଲ ରହି ଆସିଛି । ସାରା ତାଙ୍କ ପିତା ସୈଫ ଅଲ୍ଲୀ ଖାନ ଓ କରୀନାଙ୍କ ବିବାହ ବେଳେ ମଧ୍ୟ ଉପସ୍ଥିତ ଥିଲେ । ସାରା ନିକଟରେ କରୀନାଙ୍କ କ୍ରୀଷ୍ଟମାସ ପାର୍ଟିରେ ମଧ୍ୟ ନଜର ଆସିଥିଲେ । କେବଳ ଏତିକି ନୁହଁ ସେମାନଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାବେଳେ କରୀନା ସେମାନଙ୍କୁ ସାହାଯ୍ୟ କରନ୍ତି । ଏହାସହ କରୀନା ଅମ୍ରିତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ସେ ପିଲାଙ୍କ ଲାଳନପାଳନ ଖୁଭ ଭଲ ଭାବରେ କରିଛନ୍ତି ।