ତୈମୁରଙ୍କୁ ଆଶିର୍ବାଦ କଲେ କିନ୍ନର ! ୫୧ ହଜାର ଟଙ୍କା ଉପହାର ଦେଲେ ମା’ କରୀନା

61

କରୀନା କପୁର ଏବଂ ସୈଫ ଅଲ୍ଲୀ ଖାନଙ୍କ ପୁଅ ତୈମୁର ଜନ୍ମ ହେବା ପରଠାରୁ ସମସ୍ତଙ୍କ ଆଖିର ତାରା ପାଲଟି ଯାଇଛନ୍ତି । ଖାନ ଏବଂ କପୁର ପରିବାରରେ ସବୁଠାରୁ ଛୋଟ ସଦସ୍ୟ ହୋଇଥିବା ଯୋଗୁଁ ତାଙ୍କୁ ସମସ୍ତେ ବହୁତ ଗେହ୍ଲା ମଧ୍ୟ କରନ୍ତି । ସେହିଭଳି କରୀନା ଏବଂ ସୈଫଙ୍କର ପ୍ରଶଂସକମାନେ ମଧ୍ୟ ତୈମୁରକୁ ବେଶ ଭଲପାଉଛନ୍ତି ।

ଏପରିକି ଛୋଟବେଳୁ ତାର ସମସ୍ତ ଛୋଟବଡ଼ କାର୍ଯ୍ୟକଳାପ ଉପରେ ବିଶେଷ ନଜର ରଖି ଆସୁଛନ୍ତି । ନିକଟରେ ତୈମୁରକୁ ନିଜ ଘରର ବାଲକୋନିରେ ଥିବା ଦୋଳିରେ ମଜା ନେଉଥିବା ଦେଖାଯାଇଥିଲା । ଯାହାକୁ ନେଇ ଫଟୋ ଏବଂ ଭିଡ଼ିଓ ଭାଇରାଲ ହୋଇଥିଲା । ଏବେ ଯେତେବେଳେ ସମସ୍ତେ ତାଙ୍କୁ ଏତେ ଦେଖୁଛନ୍ତି ତେଣୁ ନଜର ଲାଗିବା ତ ସ୍ୱାଭାବିକ ।

ତେବେ କରୀନା ମା’ ହେବା ପୂର୍ବରୁ ବେଶ ଆଧନିକ ଏବଂ ଷ୍ଟାଇଲିସ ରହୁଥିବା ବେଳେ ଏବେ କିନ୍ତୁ ସେ ତୈମୁରଙ୍କୁ ନେଇ ପୁରୁଣା ପରମ୍ପରାକୁ ବିଶ୍ୱାସ କରୁଥିବା ଦେଖାଯାଉଛି । ଦୋଳିରେ ଝୁଲିବା ବେଳେ କାଳେ କାହାର ନଜର ଲାଗିଥିବ ସେଥିପାଇଁ କରିନା ତୈମୁରଙ୍କୁ ଜଣେ କିନ୍ନରଙ୍କୁ ଡ଼ାକି ନଜର ଉତାରି ଥିଲେ । ଏହି ନୀତିକୁ ପୁରା କରିବା ପାଇଁ କରୀପା କିନ୍ନରଙ୍କୁ ପାଉଣା ସ୍ୱରୂପ ୫୧ହଜାର ଟଙ୍କା ଦେଇଥିଲେ ।