ସୈଫ୍ ଅଲ୍ଲୀ ଖାନଙ୍କୁ ବିବାହ କରିବା ପାଇଁ ମନା କରୁଥିଲେ ବେବୋ ! ଆଜି ସେଲିବ୍ରିଟି ଦମ୍ପତ୍ତି ପାଳୁଛନ୍ତି ପଞ୍ଚମ ବିବାହ ବାର୍ଷିକୀ

58

କରୀନା କପୁର ଓ ସୈଫ୍ ଅଲ୍ଲୀ ଖାନ୍ ଆଜି ତାଙ୍କର ପଞ୍ଚମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏକ ସମୟ ଥିଲା ସୈଫଙ୍କ ବିବାହ ପ୍ରସ୍ତାବକୁ କରୀନା ମନା କରିଦେଇଥିଲେ । ସୈଫ୍ ଅଲ୍ଲୀ ଖାନ୍ ଓ କରୀନା କପୁର ସିନେମା ‘ଟଶନ’ରେ ପାଖାପାଖି ଆସିଥିଲେ । ଏହି ସିନେମା ରିଲିଜ ହେବା ପରେ ପରେ ଯେତବେଳେ ଉଭୟଙ୍କ ପ୍ରେମ ସମ୍ପର୍କ ବିଷୟରେ ଜଣାପଡ଼ିଲା ପ୍ରଶଂସକଙ୍କ ସହ ପରିବାର ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସୂଚନା ଅନୁସାରେ କରୀନାଙ୍କ ମା’ ଏହି ସମ୍ପର୍କକୁ ନେଇ ରାଜି ନଥିଲେ ।

କରୀନା କପୁର ଏକ ସାକ୍ଷାତକାରରେ କହିଥିଲେ, ଯେତେବେଳ ସୈଫ୍ ଅଲ୍ଲୀ ଖାନ୍ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ସେ ସଫା ସଫା ମନା କରିଦେଇଥିଲେ । କରୀନା ସେ ସମୟରେ ଅଭିନୟ ଜୀବନକୁ ଅଧିକ ଗରୁତ୍ୱ ଦେଉଥିଲେ । ବିବାହ ପୂର୍ବରୁ ସୈଫଙ୍କ ସହ ଏକ ସର୍ତ୍ତ ରଖିଥିଲେ କରୀନା । ବିବାହ ଓ ପିଲା ଜନ୍ମ ପରେ ମଧ୍ୟ ସେ ସିନେମାରେ କାମ କରିବା ଜାରି ରଖିବେ ବୋଲି ଛୋଟେ ନବାବଙ୍କ ସହ ସର୍ତ୍ତ ରଖିଥିଲେ ବେବୋ । ସୈଫ ଅଲ୍ଲୀ ଖାନ୍ ଓ କରୀନା କପୁର ପ୍ରଥମ ଥର ପାଇଁ ୨୦୦୩ ରେ ସିନେମା ଏଲଓସିରେ ଏକାଠି ନଜର ଆସିଥିଲେ । ଏହାପରେ ସିନେମା ଓମକାରା , ଟଶନ, କୁର୍ବାନ ଓ ଏଜେଣ୍ଟ ବିନୋଦ ସିନେମାରେ ଉଭୟଙ୍କୁ ଦେଖିବା ପାଇଁ ମିଳିଥିଲା । ବିବାହ ପରେ ଏହି ଯୋଡ଼ି ଏକାଠି କୌଣସି ସନେମାରେ ନଜର ଆସି ନାହାନ୍ତି ।

ସୈଫ୍ ଅଲ୍ଲୀ ଖାନ୍ ଓ କରୀନା କପୁର ୨୦୧୨, ୧୬ ଅକ୍ଟୋବରରେ ବିବାହ କରିଥିଲେ । ଶାଶୁ ଶର୍ମିଲା ଟାଗୋର ବିବାହ ସମୟରେ ଯେଉଁ ଲେହଙ୍ଗା ପିନ୍ଧିଥିଲେ, କରୀନା କପୁର ମଧ୍ୟ ସେହି ଲେହେଙ୍ଗା ହିଁ ପରିଧାନ କରିଥିଲେ ।  ପରଦାରେ ଉଭୟ ସେଲିବ୍ରଟି ଦମ୍ପତ୍ତିଙ୍କ ଯୋଡ଼ି ଭଲ ପ୍ରଦର୍ଶନ କରିପାରିନଥିଲେ ମଧ୍ୟ ତାଙ୍କ ବାସ୍ତବ ଜୀବନରେ ଉଭୟ ବହୁତ ଖୁସି ଅଛନ୍ତି । ଆଉ ପୁଅ ତୈମୁର ଖାନ୍ ତାଙ୍କ ଖୁସିକୁ ଦୁଇଗୁଣିତ କରୁଛି ।