କରାଟେ ଚିନ୍ମୟୀ ଭୁୟାଁ ଲୁଟ ଘଟଣା : ଅଭିଯୁକ୍ତ ପୂର୍ଣ୍ଣଦତ୍ତ ମହାନ୍ତିଙ୍କୁ ଗିରଫ କଲା କମିସନରେଟ ପୁଲିସ୍

72

କନକ ବ୍ୟୁରୋ : କରାଟେ ଚିନ୍ମୟୀ ଭୂୟାଁ ଲୁଟ ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଗିରଫ ଅଭିଯୁକ୍ତ ହେଲେ ପୂର୍ଣ୍ଣଦତ୍ତ ମହାନ୍ତି । ଆଉ ୨ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଉଦ୍ୟମ ଜାରି ରହିଥିବା ସୂଚନା ଦେଇଛନ୍ତି ପୁଲିସ କମିସନର ୱାଇ ବି ଖୁରାନିଆ ।

ଗତ ୨୫ ତାରିଖ ରାତିରେ ରାଜଧାନୀର ରାଜରାସ୍ତାରେ ରାତି ୯ଟାରେ ଲୁଟେରା ମାନେ ଚିନ୍ମୟୀଙ୍କୁ ଚେନ ଓ ମୋବାଇଲ ଛଡାଇ ନେଉଥିଲେ । କିନ୍ତୁ ଲୁଟେରାଙ୍କୁ ଉତ୍କଳ କରାଟେ ସ୍କୁଲ ସାମ୍ନାରୁ ଗୋଡେଇ ଗୋଡେଇ ମାର୍କେଟ ବିଲ୍ଡିଂ ପାଖରେ ମହର୍ଷି କଲେଜ ଠାରେ ଧରିଥିଲେ ଛାତ୍ରୀ ଚିନ୍ମୟୀ ।

ଆତ୍ମବଳ ନହରେଇ କରାଟେର ନିପୁଣ ଥିବା ଚିନ୍ମୟୀ ବେଶ କିଛି ସମୟ ସେମାନଙ୍କ ସହ ମୁହାଁମୁହିଁ ହୋଇଥିଲେ । ଏହାପରେ ଦୁର୍ବୃତମାନେ ତାଙ୍କ ସହ ଫାଇଟ କରି ଫେରାର ହୋଇଯାଇଥିଲେ ସତ ହେଲେ ଲୁଟରେ ବ୍ୟବହାର କରିଥିବା ଗାଡିଟି ଛାଡି ଦେଇଥିଲେ । ଏନେଇ ଛାତ୍ରୀଜଣଙ୍କ ଥାନାରେ ମାମଲା ରୁଜୁ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –