ଆଦିବାସୀଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ । କୋରାପୁଟର ଶାବର ଶ୍ରୀକ୍ଷେତ୍ର । ଚାଳ କୁଡ଼ିଆରୁ ବିରାଟକାୟ ମନ୍ଦିର, ବର୍ଣ୍ଣନା କରୁଛି ଅନେକ କାହାଣୀ…..

298

କନକ ବ୍ୟୁରୋ: ଆଦିବାସୀଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ । ନାହିଁ କିଛି ବାଛ ବିଚାର, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏଠାରେ କରିନ୍ତି ପୁଜା । ଏ ହେଉଛି କୋରାପୁଟର ଶାବର ଶ୍ରୀକ୍ଷେତ୍ର । ଚାଳ କୁଡ଼ିଆରୁ ବିରାଟକାୟ ମନ୍ଦିର, ବର୍ଣ୍ଣନା କରୁଛି ଅନେକ କାହାଣୀ । ପ୍ରଥମେ ଶବର ପରେ ବ୍ରାହ୍ମଣ କରନ୍ତି ପୂଜା ।

ଶାବର ଶ୍ରୀକ୍ଷେତ୍ରରେ ସମସ୍ତଙ୍କ ପାଇଁ ଖୋଲା । ହିନ୍ଦୁ, ମୁସଲିମ, ଖ୍ରିଷ୍ଟିୟାନ ସମସ୍ତେ ଜଗନ୍ନାଥଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ କରନ୍ତି, ଯାହା ଅନ୍ୟ କୌଣସି ରାଜ୍ୟରେ ଦେଖିବାକୁ ମିଳେ ନାହିଁ । କୋରାପୁଟର ଜଗନ୍ନାଥ ମନ୍ଦିର ଯାହାକି ଶାବର ଶ୍ରୀକ୍ଷେତ୍ର ନାମରେ ପରିଚିତ । ଆଦିବାସୀଙ୍କ ପରମ୍ପରା ଓ ରୀତିନୀତିରେ ଏଠାରେ ପୂଜା ପାଆନ୍ତି ମହାପ୍ରଭୁ ଜଗନ୍ନାଥ । । ଦେଶ ତଥା ଦେଶ ବାହାରୁ ଦର୍ଶନ ପାଇଁ ଭକ୍ତଙ୍କ ଭୀଡ଼ ଏଠାରେ ଜମିଥାଏ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏଠାରେ ସମାନ ଏବଂ ଏଠାରେ ନାହିଁ କୌଣସି ବାଛ ଆଉ ବିଚାର । ପ୍ରଥମେ ଶବର ମାନେ ମୁଖ୍ୟ ପୂଜା କରିଥାନ୍ତି ପରେ ପଣ୍ଡା ମାନେ ପରବର୍ତ୍ତୀ ଦାୟିତ୍ୱ ତୁଲାଇଥାନ୍ତି । ଏଠାରେ ଦଇତାପତି ଆଦିବାସୀ ସମ୍ପ୍ରଦାୟର । ପାହାଡ଼ିଆ ଆଦିବାସୀ ଅଧ୍ୟୂଷିତ ଅଚଂଳରେ ପ୍ରଭୁ ଜଗନ୍ନାଥଙ୍କ ପୂଜା ପ୍ରଥମେ ଏହି ସମ୍ପ୍ରଦାୟର ଶବର ମାନେ, ନିଶାଣି ମୁଣ୍ଡା ଯାହାକି ଆଦିବାସୀଙ୍କ ଆରାଧ୍ୟ ଦେବୀଙ୍କୁ ପୂଜା କରୁଥିଲେ ତାଙ୍କର ଆଜ୍ଞା ମାଳ ପାଇ ଆମ୍ବଗଛମୂଳେ ବହୁ ଦିନ ଧରି ପୂଜା କରୁଥିଲେ । ଏହାପରେ ତିଆରି ହେଲା ଚାଳ ଘର ଓ ପରବର୍ତ୍ତୀ ସମୟରେ ଭକ୍ତଙ୍କ ସହଯୋଗରେ ପାହାଡ଼ ଉପରେ ନିର୍ମିତ ହେଲା ମହାପ୍ରଭୁ ଜଗନ୍ନାଥଙ୍କ ଏକ ବିରାଟକାୟ ମନ୍ଦିର । ଆଦିବାସୀ ପରମ୍ପରା ଓ ସସ୍କୃତିର ଅନେକ କାହାଣୀ ବର୍ଣ୍ଣନା କରୁଥିଲା ବେଳେ ଯାହା ବି ମନସ୍କାମନା କରନ୍ତି ତାହା ସବୁ ପୁରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ମହାପ୍ରଭୁ ଜଗନ୍ନାଥଙ୍କ ଏହି ବିରାଟକାୟ ମନ୍ଦିର ନିର୍ମାଣରେ ଉଭୟ ମୁସଲିମ ଓ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକମାନେ ସହଯୋଗ କରିଥିଲେ । ମନ୍ଦିରର ପ୍ରମୁଖ ଦାୟିତ୍ୱ ସେମାନେ ତୁଲାଇଛନ୍ତି । ଆଜି ବି ସେମାନଙ୍କ ସହଯୋଗ ରହିଛି, ପରମ୍ପରା ଅନୁସାରେ ପ୍ରଥମେ ଶବର ମାନେ ଆଣି ଥିବା ଫୁଲ ଓ ଫଳ ପୂଜା ପାଇଲା ପରେ ସାଧାରଣ ଭକ୍ତଙ୍କ ଫୁଲ ଫଳ ପୂଜା କରାଯାଇଥାଏ । ରଥ ଯାତ୍ରାରେ ପୁରୀରେ ରାଜା ଛେରା ପହଁରା କରିଥାନ୍ତି କିନ୍ତୁ ଏଠାରେ ଆଦିବାସୀ ନାୟକ ଛେରା ପହଁରା ଓ ଭୋଗ କରିଥାନ୍ତି । ପରେ ସାଧାରଣ ଭକ୍ତଙ୍କ ଭୋଗ ଲାଗି ହୋଇଥାଏ ।

ରଥଯାତ୍ରା ସମୟରେ ରଥ ଉପରେ ଶବର ସମ୍ପ୍ରଦାୟର ମନ୍ନୋନିତ ବ୍ୟକ୍ତି ମାନଙ୍କୁ ସମ୍ମାନିତ କଲା ପରେ ରଥ ଟଣା ଆରମ୍ଭ ହୋଇଥାଏ ବୋଲି କହିଛନ୍ତି ମନ୍ଦିରର ଜଣେ ବରିଷ୍ଠ ସେବକ । ଅନ୍ୟପକ୍ଷେ ଭକ୍ତମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ଏବଂ ବହୁ ଦୁରଦୁରାନ୍ତରୁ ଆସୁଥିବା ଭକ୍ତ ମାନେ କିପରି ଆଶ୍ରୟ ନେଇପାରିବେ ସେଥିପାଇଁ ମଧ୍ୟ ଏଠାରେ ସମସ୍ତ ବନ୍ଦୋବସ୍ତ କରାଯାଇଛି । ତେବେ ଏହା କିପରି ହେଉଛି ଆଉ କିଏ ଦେଉଛି ତାହା ବି ଜାଣିବା କଷ୍ଟ କର ।